| 1576 |
ଅଠିକ୍ |
- Aṭhik (ଦେ.ବିଣ.) - ଯାହା ଠିକ ନୁହେ; ବେଠିକ୍; ଅଯଥାର୍ଥ Not right.
- ଅଶୁଦ୍ଧ Not correct.
- ଅନୁଚିତ Improper.
|
| 1577 |
ଅଠିକଣା |
- Aṭhikaṇā (ଦେ.ବିଣ.) - ଅନିର୍ଦ୍ଦିଷ୍ଟ Unsettled.
- ଅନିଶ୍ଚିତ Uncertain.
- ଅଡ଼ୁଆ; ଗୋଳମାଳିଆ; ଅସ୍ତବ୍ୟସ୍ତ Confused.
- ଅସ୍ଥିର Fickle.
- ଅଡଉଲ; ଅସୁନ୍ଦର; ଅଘଟଣ Ungraceful; unsymmetrical.
- ଅଶୃଙ୍ଖଳ Unmethodical; unsystematic.
- ଯାହାର ପତ୍ତା ମିଳି ନାହିଁ Untraced.
|
| 1578 |
ଅଠିଲ୍ |
- Aṭhil (ଦେ.ବିଣ.) - ଭୁରି; ଯଥେଷ୍ଟ ଅପେକ୍ଷା ବେଶି More than sufficient; more than enough.
- ଅତିରିକ୍ତ; ଅତ୍ୟଧିକ (ଭୋଜନ) Too much; excessive.
- ପୂର୍ଣ୍ଣ Full.
- ବଳୁଆ; ମଜଭୁତ Strong.
- ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ Fully satisfied. (ଯଥା - ଆମେ ଭୋଜୀ ଖାଇ ଖାଇ ଅଠିଲ୍ ହୋଇଗଲୁ)
|
| 1579 |
ଅଠିଲ |
ସଂ: [ ଅଷ୍ଠୀଳା = ଗୋଲ ପଥର ଖଣ୍ଡ ]
- Aṭhila (ଦେ.ବି.) - କାଚର ନାନା ବର୍ଣ୍ଣର ଛୋଟ ମାଳାର ଦାନା (ଏହା ବେକରେ ମାଳି କରି ଗରିବ ସ୍ତ୍ରୀମାନେ ପିନ୍ଧନ୍ତି) Small coloured glass beads.
- କାଠର ଛୋଟ ଦାନାଯୁକ୍ତ ମାଳି Small wooden beads.
|
| 1580 |
ଅଠେଇଶି |
Category : [ Digit ]
Also : [ ଅଠାଇଶ, ଅଠାଇଶି, ଅଠେଇଶ ]
- Aṭhāiṡa (ଦେ.ବି.ବିଣ) - (ସଂଖ୍ୟାବାଚକ) କୋଡ଼ିଏରୁ ଆଠ ଅଧିକ - ୨୮ Twenty-eight - 28.
|