Language Section

 

 

 

 

 

 

Dictionary : View_page

ID Main Word Content
1551 ଅଠଣ
  1. Aṭhaṇa (ଦେ.ବିଣ.) - ଅଘଟଣ Unsymmetrical.
  2. ଅସୁନ୍ଦର Ungraceful; unseemly.
1552 ଅଠତିରିଶ

Also : [ ଅଟତିରିଶ, ଅଠତିରିଶି, ଅଠତ୍ରିଶ, ଅଠତ୍ରିଶି ]

  1. Aṭhatirisa (ଦେ.ବି.) - (ସଂଖ୍ୟାବାଚକ; ସଂ. ଅଷ୍ଟତ୍ରିଂଶତ୍) ତିରିଶିଠାରୁ ଆଠ ଅଧିକ ସଂଖ୍ୟା; ୩୮ Thirty-eight.
1553 ଅଠର
  1. Aṭhara (ଦେ.ବି.) - ଦଶ ସଂଖ୍ୟାରୁ ଆଠ (୮) ଅଧିକ 18, Eighteen.
  2. ପଶାଖେଳର ୩ଟି କାଠିରେ ପ୍ରତ୍ୟେକ 6 ବିନ୍ଦୁ କରି ପଡ଼ିବା ପଟ A throw of dice in which the 3 dice turn up 6 points each.
1554 ଅଠର ଗଡ଼ଜାତ
  1. Aṭhara gaṟḍ̠ajāta (ଦେ.ବି.) - ପ୍ରାଚୀନ ଉତ୍କଳର ସୀମା ମଧ୍ୟରେ ଥିବା ଅଠରଗୋଟି ଗଡ଼ ବା ରାଜ୍ୟର ସମଷ୍ଟି A cluster of eighteen native states within ancient Or̲ḍ̠iṡā (Odisha)

 [ ଦ୍ର ]  ଏହି ଅଠରଟି ରାଜ୍ୟ ହୀରାଖଣ୍ଡ ବା ସମ୍ବଲପୁର ଛତ୍ରପତି ରାଜାଙ୍କ ଅଧୀନ ଥିଲା; ଏ ଅଠର ଗଡ଼ଜାତର ନାମ ୧. ରାୟଗଡ଼, ୨. ସାରଙ୍ଗଗଡ଼; ୩. ପାଟଣା, ୪. ସୋନପୁର, ୫. ରେଢ଼ାଖୋଲ, ୬. ବାମଣ୍ଡା, ୭. ବଉଦ, ୮. ଗାଙ୍ଗପୁର, ୯. ବଣାଇ, ୧୦. ଶକ୍ତି, ୧୧. ବେନ୍ଦ୍ରାନୁଆଗଡ଼, ୧୨. ଖଡ଼ୀଆଳ, ୧୩. ଫୁଲଝର, ୧୪. ବୋଡ଼ା - ସମ୍ବର, ୧୫. ସମ୍ବଲପୁର, ୧୬. ଚନ୍ଦ୍ରପୁର, ୧୭. ଆଠମଲ୍ଲିକ, ୧୮. ବରଗଡ଼। [ସର୍ ରିଚାର୍ଡ ଟେମ୍ପଲଙ୍କ ରିପୋର୍ଟ୍ ଓ ରାଖାଲଦାସ ଓଡ଼ିଶା ଇତିହାସ, ଦ୍ବିତୀୟ ଭାଗ। ଏଥିମଧ୍ୟରୁ କେତେଗୁଡ଼ିଏ ବର୍ତ୍ତମାନ ଓଡ଼ିଶା ଗଡ଼ଜାତ ଓ କେତେକ ମଧ୍ୟପ୍ରଦେଶ ଗଡ଼ଜାତ।]

  • ଇଂରାଜମାନେ ଓଡ଼ିଶା ଅଧିକାର କରିବା ପରେ ତାଙ୍କ ସଙ୍ଗେ ସନ୍ଧି କରିଥିବା ଅଠରଟି ରାଜ୍ୟ  A cluster of eighteen native states which became feudatory states under the British Government when they came to possess Oṟḍ̠iṡā.  ଯଥା - ୧. ମୟୂରଭଞ୍ଜ; ୨. କେନ୍ଦୁଝର, ୩. ଢେଙ୍କାନାଳ; ୪. ବଉଦ; ୫. ଖଣ୍ଡପଡ଼ା; ୬. ଦଶପଲ୍ଲା; ୭. ନୂଆଗଡ଼; ୮. ତାଳଚେର; ୯. ନୀଳଗିରି; ୧୦. ହିନ୍ଦୋଳ; ୧୧. ଆଠମଲ୍ଲିକ; ୧୨ ରଣପୁର; ୧୩. ନରସିଂହପୁର; ୧୪. ଆଠଗଡ଼; ୧୫. ପାଲଲହଡ଼ା; ୧୬. ବଡ଼ମ୍ବା; ୧୭. ତିଗିରିଆ ଓ ୧୮.ଅନୁଗୁଳ
1555 ଅଠରନଳା
  1. Aṭharanaḻā (ଦେ.ବି.) - ଯେଉଁ ପୋଲରେ ୧୮ଟି ଫୁକାର ଥାଏ A bridge of eighteen spans.
  2. (ନାମ) ପୁରୀଠାରୁ ୧ ମାଇଲ ଦୂରରେ ଜଗନ୍ନାଥ ସଡ଼କରେ ଥିବା ଅଠରଫୁକାରଯୁକ୍ତ ପୋଲ Name of an eighteen spanned bridge on the Grand Trunk Road one mile from Puri.
  •  [ ଦ୍ର ]  ଓଡ଼ିଶାର ରାଜା ମତ୍ସ୍ୟକେଶରୀ (ଖ୍ରୀ ୯୭୫ ଠାରୁ ୯୯୫) ମଧୁପୁର ନଦୀ (ଯହିଁର ଡାକ ନାମ ହୁଳୁହୁଳିଆ ବା ମଙ୍ଗଳା ନଈ) ଉପରେ ଏ ପୋଲ ନିର୍ମାଣ କରାଇଥିଲେ। ଏ ପୋଲରେ ୧୮ଟି ଫୁକାର ଅଛି। ଏ ଫୁକାରମାନ ଖିଲାଣକାମ ନ ହୋଇ ପଥରମାନଙ୍କ ଦ୍ୱାରା ଲହଡ଼ିମୁଦ କରାଯାଇ ତିଆରି ହୋଇଥିଲା। ଉତ୍କଳୀୟ କାରିଗରମାନଙ୍କ ହାତ କାମ ଯେ ସହସ୍ରାଧିକ ବର୍ଷ ରହି ପାରେ, ଅଠରନଳା ତହିଁର ନିଦର୍ଶନ ଅଟେ।

Page 311 of 687



expoodisha.com

 

Other Dictionary