Language Section

 

 

 

 

 

 

Dictionary : View_page

ID Main Word Content
1556 ଅଠରନଳା ସଙ୍ଗେ ସଙ୍ଗାତ ବସିବା
  1. Aṭharanaḻā saṅge saṅgāta basibā (ଦେ.) - ଅଠରଟି ସନ୍ତାନ ପ୍ରସବ କରିବା; ଅଠରଟି ସନ୍ତାନ ସନ୍ତତିର ମାତା ହେବା To be the mother of eighteen children; to give birth to eighteen children.

 [ ଦ୍ର ]  ଓଡ଼ିଶାରେ ଏକ ଉକ୍ତି ରହିଛି - ଯେଉଁ ଭାଗ୍ୟବତୀ ସ୍ତ୍ରୀ ଅଠରଟି ସନ୍ତାନର ଜନନୀ ହୁଅନ୍ତି, ସେ ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସି ଅଠରନଳା ପୋଲ ନିକଟରେ ଉପସ୍ଥିତ ହୋଇ ଉକ୍ତ ପୋଲକୁ କିଛି ମହାପ୍ରସାଦ ଅର୍ପଣ କରି ଅଠରନଳା ସଙ୍ଗେ 'ସଙ୍ଗାତ' ବସନ୍ତି। 

1557 ଅଠର ରାଜବଂଶ
  1. Aṭhara rājabaṁṡa (ଦେ.ବି.) - ଓଡ଼ିଆ ମହାଭାରତ ପ୍ରଣେତା ଶୂଦ୍ରମୁନି ସାରଳା ଦାସଙ୍କ ଲିଖିତ ଭାରତର ଅଠରଟି ପ୍ରାଚୀନ ରାଜବଂଶ  [ ଯଥା - ସୂର୍ଯ୍ୟ; ସୋମ ବା ଚନ୍ଦ୍ର; ଭୋଜ; ଅନ୍ଧକ; ପଣ୍ଡୁ; କୁରୁ; କେଶରୀ; ବିଷ୍ଣୁ; ହରିହର; କଶ୍ୟପ; ଅଙ୍ଗିରା; ମଧୁକ; ପାରେଶ୍ୱର; ପ୍ରଚଣ୍ଡ; ଦୁର୍ଦ୍ଦଣ୍ଡ; କୌଶିକ; କନ୍ଧ; ମହ୍ଲାର ] Eighteen royal families of ancient India mentioned by the Oṟḍ̠iā poet Sāraḻā Dāsa in his Mahābhārata.
1558 ଅଠଷଠି

Also : [ ଅଟଷଟି, ଅଟଷଠି, ଅଠଷଠି ]

  1. Aṭhashaṭhi  (ଦେ.ବି.) - ଷାଠିଏରୁ ଆଠ ଅଧିକ ସଂଖ୍ୟା; ୬୮ Sixty-eight; 68.
1559 ଅଠସ୍ତରି
  1. Aṭhastari (ଦେ.ବି.) - ସତୁରିରୁ ଆଠ ଅଧିକ; ୭୮  Seventy eight, 78.
1560 ଅଠା
  1. Aṭhā (ଦେ.ବି.) - ଯେଉଁ ନାଳୁଆ ତରଳ ବସ୍ତୁଦ୍ୱାରା ଦୁଇଟି ପଦାର୍ଥ ଯୋଡ଼ି ହୁଏ Gum; sticking plaster; glutinous substance.
  2. ବୃକ୍ଷାଦିରୁ ବାହାରିବା ଘନ ନିର୍ଯ୍ୟାସ Thick sticky juice from trees. (ଯଥା - ବର ଅଠା; ସଜନା ଅଠା; ସିଝୁ ଅଠା।)
  3. ଯେଉଁ ତରଳ ପଦାର୍ଥ ଶୁଖିଗଲେ ଲାଗି ରହେ Any liquid which has a tendency to stick when dry.
  4. କେଳାମାନେ ପକ୍ଷୀ ଧରିବାପାଇଁ ବାଉଁଶକାଠି ଅଗରେ ବୋଳିଥିବା ନାଳୁଆ ବସ୍ତୁ Bird-lime.
  5. (ଲକ୍ଷଣାର୍ଥ) - ଅପବାଦ; କଳଙ୍କ; ଦୁର୍ନାମ Scandal; imputation which compromises one's good name.
  6. ତାସ ବା ଗଞ୍ଜପାରେ ଆଠ ବିନ୍ଦୁ ଥିବା ସାର=Playing card having eight points on it.
Page 312 of 687



expoodisha.com

 

Other Dictionary