Language Section

 

 

 

 

 

 

Dictionary : View_page

ID Main Word Content
1406 ଅଜାମର

Also :ଅଜମର, ଅଜର, ଅଜରାମର, ଅଜ୍ରାମର]

  1. Ajāmara (ଗ୍ରା.ବିଣ.) - ଅଜର ଓ ଅମର; ଅଜରାମର  Having no old age nor death.
  2. ଅକ୍ଷୟ Undecaying.
  3. ଅବିନଶ୍ୱର Indestructible.
  4. ଚିରସ୍ଥାୟୀ  Permanent; eternal.
     
  • (ପ୍ରାଦେ. ସମ୍ବଲପୁର) - ଅଜାମରି
  • (ଗ୍ରା.) ଅଜାମ୍ବର, ଅଜାମ୍ଭର
1407 ଅଜାମିଳ
  1. Ajāmiḻa (ଦେ.ବି.) - ପୁରାଣବର୍ଣ୍ଣିତ କାନ୍ୟକୁବ୍‌ଜବାସୀ ପାପୀବିଶେଷ; ଏ ଆବାଲ୍ୟ ପାପୀ ଓ ଦୁରାଚାର ଥିଲା। କେବେ ହେଲେ ନାରାୟଣଙ୍କ ନାମ ଧରି ନ ଥିଲା; ଏହାର ପୁଅର ନାମ ନାରାୟଣ ଥିଲା। ମଲାବେଳେ ଏ ପୁଅକୁ ଡାକିଲା। ଏ ଅଜ୍ଞାତସାରରେ ମୃତ୍ୟୁ ପୂର୍ବରୁ 'ନାରାୟଣ' ନାମ ଉଚ୍ଚାରଣ କରିବାରୁ ମୃତ୍ୟୁ ପରେ ବୈକୁଣ୍ଠକୁ ଗଲା Name of a sinner.
  2. ଅଜମୀରବାସୀ ବ୍ୟକ୍ତି  An inhabitant of Ajmere.

 

  • (ଗ୍ରା.) - ଅଜାମ୍ବିଳ 
1408 ଅଜାଶୁର

Also : [ ଅଜାଶଶୁର, ଗୋସେଇଁ ଶଶୁର ]

  1. Ajāṡura (ଦେ.ବି.) - ଆପଣା ସ୍ୱାମୀ ବା ସ୍ତ୍ରୀଙ୍କ ମାତାମହ Maternal grandfather of one's husband or wife.
  • ଆଈଶାଶୁ (ସ୍ତ୍ରୀ)
1409 ଅଜାହିର୍‌

Also : [ ଅଜାହିରି ] 

  1. Ajāhir (ଦେ.ବିଣ.) - ଅଦମନୀୟ; ଅଦମ୍ୟ; ଅଶାସ୍ୟ  Ungovernable; unruly.
  2. ଅଶାସିତUnruled.
1410 ଅଜାହିରା
  1. Ajāhirā (ଦେ.ବିଣ.) - ଅଦମନୀୟ; ଅଦମ୍ୟ; ଅଶାସ୍ୟ  Ungovernable; unruly.
  2. ଅଶାସିତUnruled.
  3. ଅପ୍ରକାଶିତ; ଅପ୍ରଚାରିତ; ଗୁପ୍ତ Unpublished; secret.
  4. ଅପ୍ରକାଶ୍ୟ; ଗୋପନୀୟ Unpublishable.
Page 282 of 687



expoodisha.com

 

Other Dictionary