| 1396 |
ଅଜାତନଗରୀ |
- Ajātanagarī (ସଂ.ବି.) - ଯମପୁର The abode of the god of Death.
|
| 1397 |
ଅଜାତଶତ୍ରୁ |
Category : [ Name ]
- Ajātaṡatru (ସଂ.ବି.) - ଯୁଧିଷ୍ଠିରଙ୍କ ନାମ A name of J̄udhisṭhira.
- ଶିବ; ମହାଦେବ God Ṡiba.
- ଉପନିଷଦରେ ବର୍ଣ୍ଣିତ କାଶୀର ଏକ କ୍ଷତ୍ରୀୟ ରାଜା Name of a king of ancient Benares
- ରାଜଗୃହ ବା ମଗଧଦେଶର ରାଜାବିଶେଷ Name of a king of Magadha.
[ ଦ୍ର ] ଏ ବିମ୍ବିସାରଙ୍କ ପୁତ୍ର ଓ ଗୌତମ ବୁଦ୍ଧଙ୍କ ସମକାଳୀନ ଥିଲେ।
|
| 1398 |
ଅଜାତଶ୍ମଶ୍ରୁ |
- Ajātaṡmaṡru (ସଂ.ବିଣ.) - ଯେଉଁ ଯୁବକର ଅବଧି ଦାଢ଼ି ଉଠି ନାହିଁ (a young man) Who has not yet grown his beard.
- ଶ୍ମଶ୍ରୁହୀନ; ମାଖୁନା Beardless.
|
| 1399 |
ଅଜାତି |
Also : [ ଅଜାତିଆ, ଅଜାତିକା, ଅଜାତିକିଆ ]
- Ajāti (ସଂ.ବି.) - ନୀଚ ଜାତି Low caste.
- ଅନ୍ୟ ଜାତି Another caste.
- (ଦେ.ବି.) - ଭିନ୍ନ ଜାତୀୟ ବ୍ୟକ୍ତି Man of a different caste.
- ସମାଜଚ୍ୟୁତ ବ୍ୟକ୍ତି An outcaste; an excommunicated person.
- ନୀଚଜାତୀୟ ବ୍ୟକ୍ତି A person of low caste.
- ଅବ୍ୟବସାୟୀ; ବାଣିଜ୍ୟ କରିବା ଯେଉଁ ଜାତିର ବୃତ୍ତି ନୁହେ A person not belonging to a professional caste.
- (ଦେ.ବି.) - ନୀଚ ଜାତୀୟ Of low caste.
- ସମାଜଚ୍ୟୁତ Excommunicated; outcasted.
- ଯେ ଜାତିଭେଦ ମାନେ ନାହିଁ Admitting no caste-distinction.
- ପୃଥକ୍ ଜାତୀୟ; ଅନ୍ୟ ଜାତୀୟ; ବିଜାତୀୟ Of a different caste.
- ପୃଥକ୍ ଶ୍ରେଣୀର Of a different class.
- [ ଢଗ ] ଅଜାତି କି ବଣିଜ ଅଡ଼ୁଆ
|
| 1400 |
ଅଜାତିନଗରୀ |
Also : [ ଅଜାତିପୁରୀ ]
- Ajātinagarī (ଦେ.ବି.) - ଯେଉଁ ସ୍ଥାନର ଲୋକେ ଜାତିଭେଦ ମାନନ୍ତି ନାହିଁ A place or locality where people do not observe caste-distinction.
- (ଜଗନ୍ନାଥଙ୍କ ମହାପ୍ରସାଦରେ ଯେଉଁଠାରେ ଜାତି ବାରଣ ନାହିଁ) ପୁରୁଷୋତ୍ତମ କ୍ଷେତ୍ର The town of Puri.
|