| 1301 |
ଅଜ୍ଗବି |
Also : [ ଅଜଗବି, ଅଜଗବ ]
- Ajgabi (ବୈଦେ.) - ଅକସ୍ମାତ୍; ହଠାତ୍ Suddenly.
- ଅପ୍ରତ୍ୟାଶିତରୂପେ Unexpectedly
- ଦୈବାତ୍ Accidentally.
- (ବୈଦେ.ବିଣ.) - ସମ୍ପୂର୍ଣ୍ଣରୂପେ ମିଥ୍ୟା Totally false.
- କାଳ୍ପନିକ Imaginary.
- ଆକସ୍ମିକ Accidental.
- ଅପ୍ରତ୍ୟାଶିତ Unexpected.
- ଅଦ୍ଭୂତ (ଘଟନା) Wonderful.
|
| 1302 |
ଅଜ୍ମାଇବା |
- Ajmāibā (ବୈଦେ. କ୍ରି.) - ପରଖିବା; ପରୀକ୍ଷା କରିବା To examine; to test.
- ଅଙ୍ଗେ ନିଭାଇବା; ଅନୁଭବ କରିବା To experience.
|
| 1303 |
ଅଜ୍ମାଇଶ୍ |
Also : [ ଅଜ୍ମାଇଶି ]
- Ajmāis (ବୈଦେ. ବି.) - ଅନୁଭବ Experience.
- ପରଖ Test.
- ( ବୈଦେ. ବିଣ.) - ପରୀକ୍ଷିତ Tested.
- ଅନୁଭୂତ Experienced.
|
| 1304 |
ଅଜ |
- Aja (ସଂ.ବିଣ.) - ଯାହାର ଜନ୍ମ ନାହିଁ; ଜନ୍ମରହିତ That whose birth is not traceable.
- ଯାହାର ଉତ୍ପତ୍ତି କେହି ଲକ୍ଷ କରି ନାହିଁ Of untraceable origin.
- ନିତ୍ୟ Eternal.
- ଚିରସ୍ଥାୟୀ Permanent.
- (ସଂ.ବି.) - ପରମେଶ୍ୱର God.
- ବିଷ୍ଣୁ Bishṇu.
- ବ୍ରହ୍ମା Brahmā.
- ଶିବ; ମହାଦେବ Ṡiba.
- କାମଦେବ Cupid.
- ଚନ୍ଦ୍ର The moon.
- ଜୀବାତ୍ମା The living soul.
- ପରମାତ୍ମା The Universal Soul.
- ଅଣ୍ଡିରାଛେଳି He goat.
- ମେଣ୍ଢା Ram; sheep.
- (ଜ୍ୟୋତିଷ) ମେଷରାଶି (Astronomy) The Aries; a sign of the Zodiac.
- (ଜ୍ୟୋତିଷ) ଶୁକ୍ରଗ୍ରହର ଗତି ଅନୁସାରେ ନିରୂପିତ ତିନିଗୋଟି ଲେଖାଏଁ ନକ୍ଷତ୍ରଯୁକ୍ତ ବିଥି ମଧ୍ୟରୁ ଏକତମ; ହସ୍ତା, ବିଶାଖା ଓ ଚିତ୍ରା ନକ୍ଷତ୍ରଯୁକ୍ତ ବିଥି A part of the orbit of the planet Venus consisting of the 13th, 14th and 16th asterisms.
- (ବୈଦ୍ୟକ) ଛେଳିପାଗୁଳିଆ (ଓଷଧିବୃକ୍ଷ) A herb; chheḻipāguḻiā (See).
- ସୂର୍ଯ୍ୟବଂଶୀୟ ରାଜା - ଦଶରଥଙ୍କ ପିତା ଓ ରଘୁଙ୍କପୁତ୍ର Name of the father of king Daṡaratha.
- ଜାରା ଶବରର ପୂର୍ବପୁରୁଷ ଜନୈକ ଶବର Name of a fowler; an ancestor of Jārā Ṡabara.
- ନେତା A leader
- ଚାଳକ A driver; mover.
|
| 1305 |
ଅଜକର୍ଣ୍ଣ |
Category : [ Plant ]
- Ajakarṇṇa (ସଂ.ବି.) - (ଅଜର କର୍ଣ୍ଣପରି ପତ୍ର ଯାହାର) ପୀତଶାଳ; ପିଆଶାଳ (ଗଛ) A timber tree; Pterocarpus marsupium.
- ଶାଳଜାତୀୟ ଏକପ୍ରକାର ଗଛ A timber tree; Buchanania Latifolia.
|