| 1296 |
ଅଛୁତ |
- Achhuta (ଗ୍ରା.ବି.) - ଅଚ୍ୟୁତ ନାମର ଅଶୁଦ୍ଧ ଉଚ୍ଚାରଣ Incorrect pronunciation of the name Achyuta.
|
| 1297 |
ଅଛେଡ଼ିଆ |
- Achheṟḍ̠iā (ଦେ.ବିଣ.) - [ପ୍ରାଦେ. (ବସ୍ତର)] ଢିଙ୍କିରେ କଣ୍ଡା ହୋଇ ଯହିଁରୁ ତୁଷ ବାହାରି ଯାଇ ନାହିଁ (ଯଥା - ଅକଣ୍ଡା ଚାଉଳ; ଅକଣ୍ଡା ଡାଲି) Uncleansed; Unhusked (rice.)
|
| 1298 |
ଅଛେଦରା |
- Achhedarā (ଗ୍ରା.ବିଣ.) - ହୀନ; ଅଧମାଧମ; ଅତି ଅଧମ Worst; meanest.
- ହେୟ; ଘୃଣ୍ୟ; ନିନ୍ଦ୍ୟ Despicable.
- ଜଘନ୍ୟ; କୁତ୍ସିତ Ugly; nasty.
- ମୂଲ୍ୟହୀନ Valueless.
- ପ୍ରୟୋଜନହୀନ; ଅପ୍ରୟୋଜନ Useless. (ଯଥା - ମୋର ଏ ଅଛେଦରା ଜୀବନ କିପାଇଁ ଲୋଡ଼ା)
|
| 1299 |
ଅଛୌର |
Also : [ ଅଛଉର ]
- Achha̲u̲ra (ଗ୍ରା.ବିଣ.) - ଖିଅର ହୋଇ ନ ଥିବା Unshaven
- (ଗ୍ରା.ବି.) - ଖିଅର ନ ହେବା Want of shaving.
|
| 1300 |
ଅଜ୍ |
- Aj (root) (ଧାତୁ) (ସଂ) - କ୍ଷେପଣ କରିବା To throw.
- ବିସ୍ତାର କରିବା To spread.
- (ବୈଦେ.) - ନଗଦ Cash.
- ନଗଦାନଗଦି In cash.
- ଅସଲ Genuine.
- ପ୍ରକୃତ Actual.
- ତୁଚ୍ଛା; କେବଳ ମାତ୍ର Only.
|