| 1306 |
ଅଜକର୍ଣ୍ଣକ |
Category : [ Plant ]
- Ajakarṇnaka (ସଂ.ବି.) - ଶାଳୁଆଣି ଗଛ; ଶାଳଭେଦ; ଏକପ୍ରକାର ଶାଳଜାତୀୟ କ୍ଷୁଦ୍ରତର ପତ୍ର ବିଶିଷ୍ଟ ଆରଣ୍ୟ ତରୁ Another kind of timber tree.
|
| 1307 |
ଅଜକବ |
- Ajakaba (ସଂ.ବି.) - (ଯହିଁରେ ବ୍ରହ୍ମା ଓ ବିଷ୍ଣୁ ବିଦ୍ୟମାନ ଅଛନ୍ତି) ପିନାକ; ଶିବଧନୁ The bow of Ṡiba.
|
| 1308 |
ଅଜକବା |
Category : [ Plant ]
- Ajakabā (ସଂ.ବି.) -. (ଏହା ଛାଗଭକ୍ଷ ଥିବାରୁ) ବବୁର ଗଛ Babur tree (See).
|
| 1309 |
ଅଜଗ |
- Ajaga (ସଂ.ବି.) - ପିନାକ; ଶିବଧନୁ The bow of Ṡiba.
- ବିଷ୍ଣୁ Bishṅu.
- ଅଗ୍ନି Fire.
|
| 1310 |
ଅଜଗନ୍ଧା |
Category : [ Plant ]
- Ajagandhā (ସଂ.ବି.) - (ଛେଳି ଦେହର ଗନ୍ଧ ପରି ଗନ୍ଧ ଯାହାର) ବଣଯୁଆଣି; ସାବିତ୍ରୀ ଗୁଳ୍ମ; ବଣଯୁଆଣି (ଦ୍ରବ୍ଯଗୁଣ) Seseli Indicum (plant and seed.
- ଏକପ୍ରକାରର ତୁଳସୀ; ବଣତୁଳସୀ A kind of Basil plant; ocymum Gratissimum.
[ ଦ୍ର ] ଏହା ମୁଣ୍ଡର ଉକୁଣିନାଶକ ଓ ଏଥିର ବୀଜ ସ୍ନାୟୁବୀଯ ବ୍ୟାଧିନାଶକ।
|