Language Section

 

 

 

 

 

 

Dictionary : View_page

ID Main Word Content
1291 ଅଛିମାକୁ ଗଛିମା

Also : [ ଅଛେଇମାକୁ ଗଛେଇମା ]

  1. Achhimāku gachhimā  (ଗ୍ରା.) - [ପ୍ରବଚନ ବା ନ୍ୟାୟ] ଜଣକର ଦୋଷ ବା ତ୍ରୁଟିକୁ ଅନ୍ୟ ଜଣକଠାରେ ଆରୋପ କରିବା To lay one's fault or blame at the door of another.
  2. ଅନୁପଯୁକ୍ତ ପାତ୍ର ସଙ୍ଗେ କନ୍ୟାର ବିବାହ ଦେବା To give a girl in marriage to an unsuitable bridegroom.
  3. ଅତୁଳନୀୟ ବସ୍ତୁ ସଙ୍ଗେ କୌଣସି ବସ୍ତୁର ତୁଳନା କରିବା To compare a thing with an unsuitable thing.
1292 ଅଛୁଆଁ
  1. Achhuāñ (ଦେ.ବିଣ,).  ଅସ୍ପୃଶ୍ୟ Untouchable
  2. ଅସ୍ପୃଷ୍ଟ Untouched.
  3. ଯେଉଁ ବସ୍ତ୍ରରେ (ଯଥା - ପାଣିକସ ଗାମୁଛା, ପାଟ, ମଠା) ଛୁଆଁ ଦୋଷ ଲାଗେ ନାହିଁ (a cloth) Which is not made impure by touch.
  4. ଛୁଆଣି ବା ଛପରବନ୍ଦି ହୋଇ ନ ଥିବା (ଘର)  Unthatched (house).
  5. ଯେଉଁ ମୃଦଙ୍ଗ ବା ପଖୋଜର ମୁହଁରେ ଚମଡ଼ା ମଡ଼ା ହୋଇ ନାହିଁ  (a drum) The mouth of which is not covered with leather.
  6. (ବିଣ.) - [ପ୍ରାଦେ. ସମ୍ବଲପୁର ]   ରଜୋବତୀ (ସ୍ତ୍ରୀ) Menstruated; in her menses.
1293 ଅଛୁଆଣି
  1. Achhuāṇi (ଦେ.ବିଣ.) ଛପରବନ୍ଦି ହୋଇ ନ ଥିବା (ଘର)  Unthatched (house).
1294 ଅଛୁଆଣିଆଁ
  1. Achhuāṇiāñ (ଦେ.ବିଣ.)ଯେଉଁ ମୂଲିଆ ଘର ଛପର କରିବାରେ ଦକ୍ଷ ନୁହେଁ (a labourer) Who is not expert at thatching a house.
  2. ଯେଉଁ ମୁଲିଆ ଘର ଛପର କରି ଜାଣେ ନାହିଁ  (a labourer) Who does not know how to thatch.
1295 ଅଛୁଟ

Also : [ ଅଛୁଟଣ ]

  1. Achhuṭa (ଦେ.ବିଣ.)ଅବିଶ୍ରାନ୍ତ; ଅବିରାମ  Incessant; uninterrupted.
  2. ଅତ୍ୟଧିକ Excessive. (ଯଥା - ଅଛୁଟ ବର୍ଷା, ଅଛୁଟ ଝାଡ଼ା; ଅଛୁଟ ଜର।)
Page 259 of 687



expoodisha.com

 

Other Dictionary