| 1261 |
ଅଚ୍ଛେଦ୍ୟ |
- Achchhedya (ସଂ.ବିଣ.) - ଯାହା ଅସ୍ତ୍ରଶସ୍ତ୍ରାଦିଦ୍ୱାରା କଟାଯାଇ ନ ପାରେ That which cannot be cut.
- ଅବିଭାଜ୍ୟ Indivisible.
- ଯାହା ଛେଦନ କରିବା ଅନୁଚିତ That which ought not to be cut.
|
| 1262 |
ଅଚ୍ଛୋଦ |
- Achchoda (ସଂ.ବିଣ.) - ସ୍ୱଚ୍ଛଜଳବିଶିଷ୍ଟ (ଜଳାଶୟ) Full of transparent water; pellucid (tank).
- (ସଂ.ବି.) - (ନାମ) - ହିମାଳୟ ନିକଟସ୍ଥ ସରୋବରବିଶେଷ Name of a lake near the Himālayas.
|
| 1263 |
ଅଚ୍ୟୁତ |
- Achyuta (ସଂ.ବିଣ.) - ଯାହା ଲଗ୍ନ ହୋଇଥିବା ବସ୍ତୁରୁ ଚ୍ୟୁତ ବା ଭିନ୍ନ ହୋଇନାହିଁ Not separated from another thing.
- ଅପତିତ Not fallen.
- ବିନାଶରହିତ; ଅବିନାଶୀ Indestructible; imperishable.
- ସ୍ଥିର; ଚିରସ୍ଥାୟୀ Permanent.
- (ସଂ.ବି.) - ବିଷ୍ଣୁ An epithet of Bishṇu.
- ଶ୍ରୀକୃଷ୍ଣ Srīkṛushṇa.
- (ଦେ.ବି.) - ମନୁଷ୍ୟଙ୍କ ନାମବିଶେଷ A name given to males.
- ଅଚ୍ୟୁତାନନ୍ଦର ଡାକ ନାମ A name for calling Achyutānanda.
- ଚୈତନ୍ୟଙ୍କ ସମସାମୟିକ ଅଦ୍ୱୈତ ପଣ୍ଡିତଙ୍କର ଏକ ପୁତ୍ର Name of a son of Pandit Adwa̲i̱ta.
|
| 1264 |
ଅଚ୍ୟୁତାଗ୍ରଜ |
- Achyutāgraja (ସଂ.ବି.) - ବଳରାମ Kṛushṇa's elder step-brother.
- ଇନ୍ଦ୍ର A name of Indra.
|
| 1265 |
ଅଚ୍ୟୁତାନନ୍ଦ |
- Achyutānanda (ସଂ.ବି.) - (ଚିରସ୍ଥାୟୀ ଅଟେ ଆନନ୍ଦ ଯାହାର) ବିଷ୍ଣୁ Bishṇu.
- ଶ୍ରୀକୃଷ୍ଣ Srīkṛushṇa.
- (ଦେ.ବି.) - ମନୁଷ୍ୟର ନାମବିଶେଷ One of the names given to males
|