Language Section

 

 

 

 

 

 

Dictionary : View_page

ID Main Word Content
1256 ଅଚ୍ଛିଦ୍ର
  1. Achchhidra (ସଂ.ବିଣ.) - ନିରନ୍ଧ୍ର; ଛିଦ୍ରରହିତ Having no hole; holeless.
  2. ନିର୍ଦୋଷ; ଦୋଷରହିତ Faultless; defectless.
  3. ନିଃସନ୍ଦେହ Undoubted; certain.
  4. କୌଣସି ଅଙ୍ଗ ଅପୂର୍ଣ୍ଣ ନ ରହି ସମ୍ପାଦିତ ହୋଇଥିବା (କର୍ମ) (a work) Which has been completed without any flaw or defect.
  5. ଅତି ଘନ Very dense.
  6. ସର୍ବବ୍ୟାପୀ All pervading.
1257 ଅଚ୍ଛିଦ୍ର କାଣ୍ଡ
  1. Achchhidra kāṇḍa (ସଂ.ବି.) - (ନାମ) ତୈତ୍ତରୀୟ ବ୍ରାହ୍ମଣର ଅଧ୍ୟାୟ ବିଶେଷ Name of a chapter of the Ta̲i̱ttirīya Brāhmaṇa.
1258 ଅଚ୍ଛିଦ୍ରାବଧାରଣ
  1. Achchhidrābadhāraṇa (ସଂ.ବି.) - କୌଣସି ବୈଦିକ ଅନୁଷ୍ଠାନ ଅଚ୍ଛିଦ୍ର ବା ସାଙ୍ଗୋପାଙ୍ଗ ହୋଇ ନିଷ୍ପନ୍ନ ହେବା ପାଇଁ କର୍ମକର୍ତ୍ତା ସର୍ବପ୍ରଥମେ ଯେଉଁ ମନ୍ତ୍ର ବା ସଂକଳ୍ପ ବାକ୍ୟ ବୋଲନ୍ତି; ବେଦୋକ୍ତ ମନ୍ତ୍ରବିଶେଷ A Vedic formula pronounced by the performer of a Vedic rite with a view to bring the ritual to a satisfactory conclusion.

 

[ ଦ୍ର ] ଏହି ମନ୍ତ୍ରର ଓଡ଼ିଆ ଅନୁବାଦ ବା ମର୍ମ: - ସ୍ୱସ୍ତି, ସ୍ୱସ୍ତି, ସ୍ୱସ୍ତି; ଗୋ, ବ୍ରାହ୍ମଣ, ରାଜା, ପ୍ରଜାଙ୍କର ଶାନ୍ତି ହେଉ; ଅମୁକ ଗୋତ୍ରର ଅମୁକ ନାମଧେୟ ମୁଁ ଅମୁକ ଉଦ୍ଦେଶ୍ୟରେ ଏ ଯେଉଁ ଅନୁଷ୍ଠାନ (ଯଥା - ହୋମ) ଆରମ୍ଭ କରୁଅଛି, ତାହା ଶ୍ରୀ ଭଗବାନଙ୍କ ଦୟାରୁ ସର୍ବ ଶୁଭରେ ସମ୍ପନ୍ନ ହେଉ, ଶୁଭ ହେଉ, ଶୁଭ ହେଉ, ଶୁଭ ହେଉ।

1259 ଅଚ୍ଛିନ୍ନ
  1. Achchhinna (ସଂ.ବିଣ.) -  ଯାହା ଛିନ୍ନ ହୋଇ ନାହିଁ Uncut.
  2. ଅବିଭକ୍ତ Undivided.
1260 ଅଚ୍ଛୃଷ୍ଠା
  1. Achchhushthā (ଦେ.ବି.) - (ନାମ)  ଜୈନମାନଙ୍କର ଷୋଡ଼ଶ ବିଦ୍ୟାଦେବୀଙ୍କ ମଧ୍ୟରୁ ଏକତମ One of the sixteen Deities of the Ja̲i̱nas presiding over learning.
Page 252 of 687



expoodisha.com

 

Other Dictionary