Language Section

 

 

 

 

 

 

Dictionary : View_page

ID Main Word Content
1251 ଅଚୈତନ୍ୟ

Also : [ ଅଚେତ ]

  1. Acha̲i̱tanya (ସଂ.ବି.) - ଚେତନାର ଅଭାବ  Lack of consciousness.
  • ଅଚୈତନ୍ୟା (ସ୍ତ୍ରୀ)
1252 ଅଚ୍ଛ
  1. Achchha (ସଂ.ବିଣ.) - (ଯାହା ଦୃଷ୍ଟିକୁ ବାଧା ନ ଦିଏ) ସ୍ୱଚ୍ଛ; ଯାହା ଭିତର ଦେଇ ଅନ୍ୟ ପାଖର ବସ୍ତୁମାନ ଦେଖାଯାଇ ପାରେ Transparent.
  2. ନିର୍ମଳ Clear.
  3. ଉଜ୍ଜ୍ୱଳ Bright.
  4. ସମ୍ମୁଖରେ ଅବସ୍ଥିତ Situate in front.
  5. (ସଂ.ବି.) - ସ୍ଫଟିକ Quarty; crystal.
  6. ଭାଲୁ The bear.
  7. ଯେଉଁ ହିଂସ୍ର ଜନ୍ତୁ ପୂର୍ବରୁ ମରିଥିବା ଶିକାର ବା ମଢ଼କୁ ଖାଏ ନାହିଁ (ଯଥା - ବାଘ) A wild animal which does not eat careass.
1253 ଅଚ୍ଛତ୍ର
  1. Aehchhatra (ସଂ.ବିଣ.) - (ସନ୍ଧିଯୋଗୁଁ ଛ ସ୍ଥାନରେ ଚ୍ଛ ଆଦେଶ; ଯେଉଁଠାରେ ରାଜଛତ୍ର ନାହିଁ)  ଅରାଜକ; ରାଜହୀନ (ଦେଶ) Anarchical; (a country) having no king.
1254 ଅଚ୍ଛବ

Also : [ ଅଚ୍ଛଭ ]

  1. Achchhaba (ଦେ.ବିଣ.)ଅସ୍ପୃଶ୍ୟ; ନୀଚ ଜାତି Low; untouchable (caste).
1255 ଅଚ୍ଛଭଲ୍ଲ
  1. Achchhabhalla  (ସଂ.ବି.)  -.(ଯେ ସମ୍ମୁଖସ୍ଥ ଜୀବକୁ ବଧ କରେ) ଭାଲୁ The bear.
Page 251 of 687



expoodisha.com

 

Other Dictionary