| 1271 |
ଅଛଟକେ |
- Achhaṭake [ପ୍ରାଚୀନ ପଦ୍ୟ] (କ୍ରି.ବିଣ.) - ଦୈବାତ୍; ଅକସ୍ମାତ୍; ହଠାତ୍ Suddenly; all at once.
- ଅଜ୍ଞତାବଶତଃ; ନ ଜାଣି; ଅଜାଣତରେ Unknowingly.
- ହେଳା କରି Negligently.
- ସହଜରେ; ଅବଲୀଳାକ୍ରମେ Easily.
- ଅସାବଧାନତାଯୁକ୍ତ Owing to carelessness.
|
| 1272 |
ଅଛଡ଼ା |
- Achhaṟḍ̠ā (ଦେ.ବିଣ.) - ଯାହା ଛଡ଼ା ହୋଇ ନାହିଁ; ଯେଉଁ ଫଳରୁ ଚୋପା କଢ଼ାଯାଇ ନାହିଁ। (ଯଥା - ଅଛଡ଼ା ପାଚିଲା କଦଳୀ (Fruit) From which the rind has not been peeled off.
- ଯେଉଁ ଫୁଲ ବା ମାଳା ଦେବବିଗ୍ରହ ଦେହରୁ କଢ଼ା ହୋଇ ନ ଥାଏ (flower or garland) Which has not been taken out from the body of a Deity.
- ଯାହା ଛାଡ଼ି ନ ଥାଏ ବା କୌଣସି ବସ୍ତୁକୁ ତ୍ୟାଗ କରି ନ ଥାଏ। (ଯଥା - ଦିହରୁ ଅଛଡ଼ା ମଳି; ଅଛଡ଼ା କଦଳୀ ମଞ୍ଜ) That which has not left a thing.
- ଅଛାଡ଼; ଯାହା ଦେହକୁ ତ୍ୟାଗ କରି ନ ଥାଏ। (ଯଥା - ଅଛଡ଼ା ରୋଗ; ଅଛଡ଼ା ଜର) Unceasing; unremittant.
|
| 1273 |
ଅଛଡ଼ିଆ |
Also [ ଅକଣ୍ଡା, ଅକାଣ୍ଡିଆ, ଅକାଣ୍ଡା ]
- Achhaṟḍ̠iā (ଦେ.ବିଣ.) - ଢିଙ୍କିରେ କଣ୍ଡା ହୋଇ ଯହିଁରୁ ତୁଷ ବାହାରି ଯାଇ ନାହିଁ (ଯଥା - [ଅଛଡ଼ିଆ ଚାଉଳ; ଅଛଡ଼ିଆ ଡାଲି) Uncleansed; Unhusked (rice.)
|
| 1274 |
ଅଛଣା |
- Achhaṇā (ଦେ.ବିଣ.) - ଯେଉଁ ଜଳୀୟ ପଦାର୍ଥ ଲୁଗାଦ୍ୱାରା ଛଣା ହୋଇ ନାହିଁ (liquid) Unsifted; unrefined.
|
| 1275 |
ଅଛପା |
- Achhapā (ଦେ.ବିଣ.) - ଅମୁଦ୍ରିତ (ପୁସ୍ତକ) Not printed (book).
- ଅପ୍ରକାଶିତ (ଗ୍ରନ୍ଥ) Unpublished (book).
- ଅଲୁକ୍କାୟିତ; ପ୍ରକାଶିତ Not concealed.
- ଜ୍ଞାତ; ଜଣା Known, detected.
|