Language Section

 

 

 

 

 

 

Dictionary : View_page

ID Main Word Content
1271 ଅଛଟକେ
  1. Achhaṭake [ପ୍ରାଚୀନ ପଦ୍ୟ] (କ୍ରି.ବିଣ.) - ଦୈବାତ୍; ଅକସ୍ମାତ୍; ହଠାତ୍ Suddenly; all at once.
  2. ଅଜ୍ଞତାବଶତଃ; ନ ଜାଣି; ଅଜାଣତରେ Unknowingly.
  3. ହେଳା କରି  Negligently.
  4. ସହଜରେ; ଅବଲୀଳାକ୍ରମେ Easily.
  5. ଅସାବଧାନତାଯୁକ୍ତ Owing to carelessness.
1272 ଅଛଡ଼ା
  1. Achhaṟḍ̠ā (ଦେ.ବିଣ.)ଯାହା ଛଡ଼ା ହୋଇ ନାହିଁ; ଯେଉଁ ଫଳରୁ ଚୋପା କଢ଼ାଯାଇ ନାହିଁ। (ଯଥା - ଅଛଡ଼ା ପାଚିଲା କଦଳୀ  (Fruit) From which the rind has not been peeled off.
  2. ଯେଉଁ ଫୁଲ ବା ମାଳା ଦେବବିଗ୍ରହ ଦେହରୁ କଢ଼ା ହୋଇ ନ ଥାଏ  (flower or garland) Which has not been taken out from the body of a Deity.
  3. ଯାହା ଛାଡ଼ି ନ ଥାଏ ବା କୌଣସି ବସ୍ତୁକୁ ତ୍ୟାଗ କରି ନ ଥାଏ। (ଯଥା - ଦିହରୁ ଅଛଡ଼ା ମଳି; ଅଛଡ଼ା କଦଳୀ ମଞ୍ଜ)  That which has not left a thing.
  4. ଅଛାଡ଼; ଯାହା ଦେହକୁ ତ୍ୟାଗ କରି ନ ଥାଏ। (ଯଥା - ଅଛଡ଼ା ରୋଗ; ଅଛଡ଼ା ଜର)  Unceasing; unremittant.
1273 ଅଛଡ଼ିଆ

Also [ ଅକଣ୍ଡା, ଅକାଣ୍ଡିଆ, ଅକାଣ୍ଡା ]

  1. Achhaṟḍ̠iā (ଦେ.ବିଣ.)  - ଢିଙ୍କିରେ କଣ୍ଡା ହୋଇ ଯହିଁରୁ ତୁଷ ବାହାରି ଯାଇ ନାହିଁ  (ଯଥା - [ଅଛଡ଼ିଆ ଚାଉଳ; ଅଛଡ଼ିଆ ଡାଲି) Uncleansed; Unhusked (rice.)
1274 ଅଛଣା
  1. Achhaṇā  (ଦେ.ବିଣ.) -  ଯେଉଁ ଜଳୀୟ ପଦାର୍ଥ ଲୁଗାଦ୍ୱାରା ଛଣା ହୋଇ ନାହିଁ (liquid) Unsifted; unrefined.
1275 ଅଛପା
  1. Achhapā  (ଦେ.ବିଣ.)ଅମୁଦ୍ରିତ (ପୁସ୍ତକ)  Not printed (book).
  2. ଅପ୍ରକାଶିତ (ଗ୍ରନ୍ଥ) Unpublished (book).
  3. ଅଲୁକ୍କାୟିତ; ପ୍ରକାଶିତ Not concealed.
  4. ଜ୍ଞାତ; ଜଣା Known, detected.
Page 255 of 687



expoodisha.com

 

Other Dictionary