| 1246 |
ଅଚୀନ |
Also : [ ଅଚିନ ]
- Achīna (ଦେ.ବି.) - ସୁମାତ୍ରା ଦ୍ୱୀପର ଉତ୍ତରଭାଗରେ ଥିବା ପ୍ରତାପଶାଳୀ ସ୍ୱାଧୀନ ରାଜ୍ୟ ଓ ନଗର। ଏହି ବନ୍ଦରରୁ ପୂର୍ବେ ରେଶମ ରପ୍ତାନି ହେଉଥିଲା। 1878 ଖ୍ରୀଷ୍ଟାବ୍ଦରେ ଓଲନ୍ଦାଜମାନେ ଏହାକୁ ଅଧିକାର କଲେ Name of a state and port-town in the northern portion of the Sumātrā island.
|
| 1247 |
ଅଚେତ |
Also : [ ଅଚେତା ]
- Acheta (ଦେ.ବିଣ.) - ଚେତନାଶୂନ୍ୟ Senseless; not sentient.
- ବେହୋସ; ବାହ୍ୟଜ୍ଞାନଶୂନ୍ୟ; ଯାହାର ଚେତା ବୁଡ଼ିଅଛି Unconscious; one who has lost his senses.
- ଅଜ୍ଞାନ Unintelligent.
- ଜଡ଼ Inert.
- ଗରହୁସିଆର; ଅସାବଧାନ Uncautious.
|
| 1248 |
ଅଚେତନ |
- Achetana (ସଂ.ବିଣ.) - ନିର୍ଜୀବ; ଜୀବଶୂନ୍ୟ Lifeless; not sentient.
- ଜଡ଼ Inert.
- ଚେତନାହୀନ; ବେହୋସ୍; ବାହ୍ୟଜ୍ଞାନଶୂନ୍ୟ Unconscious; void of sensation.
- ଯାହାର ଚେତା ବୁଡ଼ିଯାଇଥାଏ One who has lost consciousnes.
|
| 1249 |
ଅଚେଷ୍ଟ |
- Acheshṭa (ସଂ.ବିଣ.) - ଅଚେତନ; ନିର୍ଜୀବ Lifeless.
- ଅଚଳ; ଜଡ଼ Inert; inactive; motionless.
- ବାହ୍ୟଜ୍ଞାନଶୂନ୍ୟ Insensible; unconscious.
- ନିଶ୍ଚେଷ୍ଟ Void of exertion.
- (ଦେ.ବି.) - [ ଅଚେଷ୍ଟା ] - ଚେଷ୍ଟାର ଅଭାବ Want of exertion.
|
| 1250 |
ଅଚେଷ୍ଟା |
- Achesṭā (ସଂ.ବିଣ.) - ଅଚେଷ୍ଟର ସ୍ତ୍ରୀଲିଙ୍ଗ Feminine of acheshṭa.
- (ସଂ.ବି.) - ଚେଷ୍ଟାର ଅଭାବ Want of exertion.
|