Language Section

 

 

 

 

 

 

Dictionary : View_page

ID Main Word Content
1136 ଅଙ୍ଗୁଛା
  1. Aṅguchhā  (ବି.) - (ପ୍ରାଦେ.- ସମ୍ବଲପୁର)   ଗାମୁଛା; ଗାତ୍ରମାର୍ଜନୀ A towel; napkin.
1137 ଅଙ୍ଗୁଛି
  1. Aṅguchhi (ବି.) - (ପ୍ରାଦେ. ସମ୍ବଲପୁର)  ଛୋଟ ଗାମୁଛା A small towel.
  2. ଝାଡ଼ଣ A duster.
1138 ଅଙ୍ଗୁଟ୍‌

Also : [ ଅଙ୍ଗୋଟ୍‌ ]

  1. Aṅgut (ବି.) - (ପ୍ରାଦେ. କଟକ; ପୁରୀ)  ବିରାଗ; ବିରକ୍ତି  Displeasure; misunderstanding.
  2. (ବିଣ.) ବିରକ୍ତ Annoyed; displeased.
  3. ଚିଡ଼ଲ; ଚିଡ଼ିଚିଡ଼ିଆ  Surly; irritable. 
     
  • ଅଙ୍ଗୁଟ ପାଇବା - ବିରକ୍ତ ହେବା To be displeased or annoyed.
  • ବକ୍ତାର ଭଲ ଉଦ୍ଦେଶ୍ୟକୁ ମନ୍ଦ ବୁଝି ବିରକ୍ତ ହେବା To misunderstand.
1139 ଅଙ୍ଗୁର

Also : [ ଦ୍ରାକ୍ଷା ]

  1. Aṅgura  (ବୈ.ବି.) ଦ୍ରାକ୍ଷାଲତାର କୋଳି Grape.

 [ ଦ୍ର ]  ଏ ଲତା (vine) ହିମାଳୟର ପଶ୍ଚିମାଂଶର ବଣରେ ବିନା ଚାଷରେ ଜନ୍ମେ। ଭାରତର ଉତ୍ତର ପଶ୍ଚିମାଞ୍ଚଳ, ପଞ୍ଜାବ, କାଶ୍ମୀର ଓ ଇଉରୋପରେ ଏହାର କୃଷି ହୁଏ। ଗ୍ରୀଷ୍ମକାଳରେ ଏହାର ଫଳ ପେନ୍ଥା ପେନ୍ଥା ହୋଇ ଫଳେ। ଏକ ପ୍ରକାର ଅଙ୍ଗୁର କୋଳି ଗୋଲ ଓ ଏକ ପ୍ରକାରର ଲମ୍ବା। ପାଚିଲା ଫଳର ରସ ମିଷ୍ଟ, ହୃଦ୍ୟ ଓ ବଳକର। ଏହି ଫଳର ରସରୁ ବ୍ରାଣ୍ଡି ବା ବିଲାତି ମଦ ହୁଏ। ଏହାର ଛୋଟ ଜାତୀୟ ବୀଜହୀନ କୋଳିକୁ ଶୁଖାଇଲେ ତାହା କିସ୍ମିସ୍ (Resin) ହୁଏ। ଏକ ଜାତୀୟ ଲମ୍ବ ବଡ଼ ଫଳରେ ମଞ୍ଜି ଥାଏ, ତାକୁ ମନକ୍କା କହନ୍ତି। ପାଚିଲା କୋଳିକୁ ଶୁଖାଇ ବହୁ ଦିନ ରଖାଯାଇ ପାରେ।

1140 ଅଙ୍ଗୁରି

Also : [ ଅଙ୍ଗୁରୀ ]

  1. Aṅguri (ସଂ.ବି.)ଅଙ୍ଗୁଳିଭୂଷଣ; ଗୋଡ଼ ଓ ହାତର ଆଙ୍ଗୁଠିରେ ପିନ୍ଧାଯିବା ମୁଦି; ମୁଦ୍ରିକା  Finger-ring; ring for the finger or toe.
  2. ଗୋଡ଼ର ବୁଢ଼ା ଆଙ୍ଗୁଠି The big toe.

 

  • (ଅଙ୍ଗ ଧାତୁ+ସଂଜ୍ଞାର୍ଥେ. ଉରୀ) - ଅଙ୍ଗୁରୀ
Page 228 of 605



expoodisha.com

 

Other Dictionary