| 1131 |
ଅଙ୍ଗିଲା |
- Aṅgilā (ଗ୍ରା.ବିଣ.) - ଅଲଗା; ପୃଥକ୍ Separate.
- ସ୍ୱକୀୟ One's own.
- ଯେଉଁ ବସ୍ତୁରେ ଅନ୍ୟର ଅଧିକାର ନାହିଁ Exclusively one's own.
|
| 1132 |
ଅଙ୍ଗୀ |
- Aṅgī (ସଂ.ବିଣ.) - ଅଙ୍ଗବିଶିଷ୍ଟ Having limbs.
- ଯାହାର ଅବୟବ ଅଛି Organic; having organic parts.
- ଶରୀରୀ; ଦେହୀ Embodied; corporeal.
- ବହୁ ଉପାଦାନରେ ଗଠିତ Composed of component parts.
- ପ୍ରଧାନ; ମୁଖ୍ୟ Chief.
- (ସଂ.ବି.) - ବହୁ ଉପାଦାନରେ ଗଠିତ ବସ୍ତୁ; ଯୌଗିକ ବସ୍ତୁ A compound; an organic matter.
- ଯେଉଁ ବସ୍ତୁ ବା ଜୀବର ଭିନ୍ନ ଭିନ୍ନ ଅଙ୍ଗ ଅଛି A thing or animal having different limbs.
|
| 1133 |
ଅଙ୍ଗୀକୃତ |
- Aṅgīkṛuta (ସଂ.ବିଣ.) - ଯାହା ସ୍ୱୀକୃତ ହୋଇଅଛି Agreed to.
- ଗୃହୀତ; ମଞ୍ଜୁର କରାଯାଇଥିବା Accepted.
- ଯେ ସ୍ୱୀକାର କରିଅଛି; ଯେ ରାଜି ହୋଇଅଛି Consenting; agreeing.
|
| 1134 |
ଅଙ୍ଗୀ କୃ |
- Aṅgī kṛu (ସଂ.) - ସ୍ୱୀକାର କରିବା To acknowledge.
- ଜବାବ ଦେବା To promise.
- ରାଜି ହେବା To agree; to consent.
- ପ୍ରତିଜ୍ଞା କରିବା To vow.
- ଗ୍ରହଣ କରିବା To accept.
|
| 1135 |
ଅଙ୍ଗୀଭୂତ |
- Aṅgībhūta (ସଂ.ବିଣ.) - ଅଙ୍ଗରୂପେ ଗୃହୀତ Turned into a component part.
- ଅଂଶରୂପେ ଗୃହୀତ; ଅନ୍ତର୍ଭୁକ୍ତ Included as a part of; forming a part of.
|