| 1121 |
ଅଙ୍ଗାରିଣୀ |
- Aṅgāriṇī (ସଂ.ବି.) - ଲତାବିଶେଷ Name of a creeper.
- ଯେଉଁ ଅଞ୍ଚଳରୁ ସୂର୍ଯ୍ୟ କିଛିକ୍ଷଣ ପୂର୍ବରୁ ଅନ୍ତର୍ହିତ ହୋଇ ଅଛନ୍ତି The region just left by the Sun.
- (ସଂ.ବିଣ.) - ଅଙ୍ଗାରିତର ସ୍ତ୍ରୀଲିଙ୍ଗ Feminine of Aṅgārita.
|
| 1122 |
ଅଙ୍ଗାରୀ |
- Aṅgārī (ସଂ.ବିଣ.) - ସୂର୍ଯ୍ୟକିରଣଦ୍ୱାରା ଉତ୍ତପ୍ତ କିନ୍ତୁ ଯହିଁରେ ଆଉ ସୂର୍ଯ୍ୟକିରଣ ପଡ଼ୁ ନାହିଁ Heated by the Sun though no longer exposed to its rays.
|
| 1123 |
ଅଙ୍ଗାର୍ଯ୍ୟ |
- Aṅgārj̄ya (ସଂ.ବି.) - ଅଙ୍ଗାରଗଦା A heap of charcoal.
|
| 1124 |
ଅଙ୍ଗି |
Also : [ ଅଙ୍ଗିକା, ଅଙ୍ଗିଆ ]
- Aṅgi (ଦେ.ବି.) - କାଞ୍ଚଲା; ସ୍ତ୍ରୀଲୋକମାନଙ୍କର ଅଧାହାତିଆ ଜାକେଟ A female jacket; bodice.
- କୁରୁତା; ଗନ୍ତା An ordinary coat.
- ଫତେଇ; ଅଧାହାତିଆ କୁରୁତା A waist coat.
|
| 1125 |
ଅଙ୍ଗିତା |
- Aṅgitā (ବିଣ.) - (ପ୍ରାଦେ. - ବାଲେଶ୍ୱର) ନିଜର, ଅମଳର; ସ୍ୱକୀୟ; ନିଜକୃତ Done or incurred by one's self; of one's own.
[ ଦ୍ର ] ମାମୁଁ; କର୍ଜାଟା ତୁମ ଅଙ୍ଗିତା, ନା ଅଜାଙ୍କ ଅମଳର? ଫକୀରମୋହନ, ଗଳ୍ପସ୍ୱଳ୍ପ
|