Language Section

 

 

 

 

 

 

Dictionary : View_page

ID Main Word Content
1091 ଅଙ୍ଗହାନି
  1. Aṅgahāni (ସଂ.ବି.) - ଦେହର କୌଣସି ଅଙ୍ଗ କଟିଯିବା Mutilation.
  2. ଅଙ୍ଗହୀନତା; କୌଣସି ଅଙ୍ଗର ଅଭାବ Bodily deformity.
  3. କାର୍ଯ୍ୟର କୌଣସି ଅଂଶର ଅସମ୍ପାଦନ  Non-performance of any part of a work.
  4. ଅସମ୍ପୂର୍ଣ୍ଣତା Incompleteness.
1092 ଅଙ୍ଗହାର

Also : [ ଅଙ୍ଗଭଙ୍ଗୀ ]

  1. Aṅgahāra (ସଂ.ବି.) - ନୃତ୍ୟ ସମୟରେ ଅଙ୍ଗବିଶେଷର କଳାଯୁକ୍ତ ଚାଳନ Gesticulations or artistic postures assumed during dancing.
  2. ହାବ; ପ୍ରଣୟ ଉଦ୍ରେକାର୍ଥ ପ୍ରଣୟୀ ପ୍ରଣୟିନୀଙ୍କର କାମଚେଷ୍ଟା ବା ପ୍ରେମସୂଚକ ଅଙ୍ଗଚାଳନା Charming postures and gesticulations assumed by lovers.
1093 ଅଙ୍ଗହୀନ
  1. Aṅgahīna (ସଂ.ବିଣ.) - ବିକଳାଙ୍ଗ; ଛିନ୍ନାବୟବ; ଖଣ୍ଡିଆ Maimed; mutilated.
  2. ଯାହାର କୌଣସି ବିଶିଷ୍ଟ ଅଙ୍ଗ ନ ଥାଏ Limbless; wanting in any limb.
  3. (କାର୍ଯ୍ୟ ବା ଅନୁଷ୍ଠାନ) ଅସମ୍ପୂର୍ଣ୍ଣ Incomplete (work. 
  4. ଅଶରୀର; ଅନଙ୍ଗ Incorporeal.
  5. ଯେଉଁ କାମରେ ଖଇଚା ରହିଯାଏ  Defective (work).
  6. ଯେଉଁ ବସ୍ତୁରେ ପ୍ରଧାନ ଉପକରଣ ବା ଅଂଶର ଅଭାବ ଥାଏ Wanting in some of the principal ingredients.
  7. (ସଂ.ବି.) - କାମଦେବ Cupid.
  • ଅଙ୍ଗହୀନା (ସ୍ତ୍ରୀ)
1094 ଅଙ୍ଗା
  1. Aṅgā (ଦେ.ବି.) -  (ସଂ. ଅଙ୍ଗିକା) ଅଙ୍ଗରଖା; କୁରୁତା A coat.
  2.  ଦେହ; ଦେହର ଅଂଶ; ଅବୟବ Limb.
  3.  ଭାରଯଷ୍ଟି ବା ବାହୁଙ୍ଗିରେ ବୁହାଯିବା ଭାରର ଗୋଟିଏ ମୁଣ୍ଡରେ ଝୁଲୁଥିବା ବୋଝ One of the two loads suspended from the two ends of a bamboo carried by a load carrier on the shoulders.
  4. ବାହୁଙ୍ଗି ଦ୍ୱାରା ବୁହା ହେବା ଭାରର ଅଧେ ପରିମିତ ବସ୍ତୁ; ଏକ ବୋଝ Half of a double-load carried suspended from the ends of a bamboo on the shoulders.
  5.  ମଞ୍ଜ କଦଳି ପତ୍ରର ପୃଷ୍ଠଦଣ୍ଡର ଦୁଇ ପାଖରେ ଥିବା ପତ୍ରର ଏକ ଫାଳ One half or side of a plantain-leaf; part of a plantain-leaf on one side of the ridge.

 

1095 ଅଙ୍ଗାଙ୍ଗି
  1. Aṅgāṅgi (ସଂ.ଅ.) - ଅଙ୍ଗ ସହିତ ଅଙ୍ଗୀ ବା ଦେହର ଯେଉଁ ସମ୍ପର୍କ ସେହି ସମ୍ପର୍କରେ ଅନ୍ୟୋନ୍ୟ ସମ୍ବନ୍ଧରୂପେ Jointly or reciprocally related as one limb to another; related as one limb to the body
  2. ସ୍ୱ ସ୍ୱ ପକ୍ଷୀୟ ବ୍ୟକ୍ତିଙ୍କ ପ୍ରତି ପକ୍ଷପାତ (ରାମକମଳ - ପ୍ରକୃତିବାଦ) Partiality towards the members of each other's party.
  3. ଏକ ଅଙ୍ଗ ବା ପକ୍ଷ ସହିତ ଅନ୍ୟ ଅଙ୍ଗର ଥିବା ସମ୍ପର୍କ  Co-ordination; Correlation.
Page 219 of 933



expoodisha.com

 

Other Dictionary