Language Section

 

 

 

 

 

 

Dictionary : View_page

ID Main Word Content
1091 ଅଙ୍ଗହାନି
  1. Aṅgahāni (ସଂ.ବି.)ଦେହର କୌଣସି ଅଙ୍ଗ କଟିଯିବା Mutilation.
  2. ଅଙ୍ଗହୀନତା; କୌଣସି ଅଙ୍ଗର ଅଭାବ Bodily deformity.
  3. କାର୍ଯ୍ୟର କୌଣସି ଅଂଶର ଅସମ୍ପାଦନ  Non-performance of any part of a work.
  4. ଅସମ୍ପୂର୍ଣ୍ଣତା Incompleteness.
1092 ଅଙ୍ଗହାର

Also : [ ଅଙ୍ଗଭଙ୍ଗୀ ]

  1. Aṅgahāra (ସଂ.ବି.)ନୃତ୍ୟ ସମୟରେ ଅଙ୍ଗବିଶେଷର କଳାଯୁକ୍ତ ଚାଳନ Gesticulations or artistic postures assumed during dancing.
  2. ହାବ; ପ୍ରଣୟ ଉଦ୍ରେକାର୍ଥ ପ୍ରଣୟୀ ପ୍ରଣୟିନୀଙ୍କର କାମଚେଷ୍ଟା ବା ପ୍ରେମସୂଚକ ଅଙ୍ଗଚାଳନା Charming postures and gesticulations assumed by lovers.
1093 ଅଙ୍ଗହୀନ
  1. Aṅgahīna (ସଂ.ବିଣ.) - ବିକଳାଙ୍ଗ; ଛିନ୍ନାବୟବ; ଖଣ୍ଡିଆ Maimed; mutilated.
  2. ଯାହାର କୌଣସି ବିଶିଷ୍ଟ ଅଙ୍ଗ ନ ଥାଏ Limbless; wanting in any limb.
  3. (କାର୍ଯ୍ୟ ବା ଅନୁଷ୍ଠାନ) ଅସମ୍ପୂର୍ଣ୍ଣ Incomplete (work. 
  4. ଅଶରୀର; ଅନଙ୍ଗ Incorporeal.
  5. ଯେଉଁ କାମରେ ଖଇଚା ରହିଯାଏ  Defective (work).
  6. ଯେଉଁ ବସ୍ତୁରେ ପ୍ରଧାନ ଉପକରଣ ବା ଅଂଶର ଅଭାବ ଥାଏ Wanting in some of the principal ingredients.
  7. (ସଂ.ବି.) - କାମଦେବ Cupid.
  • ଅଙ୍ଗହୀନା (ସ୍ତ୍ରୀ)
1094 ଅଙ୍ଗା
  1. Aṅgā (ଦେ.ବି.) (ସଂ. ଅଙ୍ଗିକା) ଅଙ୍ଗରଖା; କୁରୁତା A coat.
  2.  ଦେହ; ଦେହର ଅଂଶ; ଅବୟବ Limb.
  3.  ଭାରଯଷ୍ଟି ବା ବାହୁଙ୍ଗିରେ ବୁହାଯିବା ଭାରର ଗୋଟିଏ ମୁଣ୍ଡରେ ଝୁଲୁଥିବା ବୋଝ One of the two loads suspended from the two ends of a bamboo carried by a load carrier on the shoulders.
  4. ବାହୁଙ୍ଗି ଦ୍ୱାରା ବୁହା ହେବା ଭାରର ଅଧେ ପରିମିତ ବସ୍ତୁ; ଏକ ବୋଝ Half of a double-load carried suspended from the ends of a bamboo on the shoulders.
  5.  ମଞ୍ଜ କଦଳି ପତ୍ରର ପୃଷ୍ଠଦଣ୍ଡର ଦୁଇ ପାଖରେ ଥିବା ପତ୍ରର ଏକ ଫାଳ One half or side of a plantain-leaf; part of a plantain-leaf on one side of the ridge.

 

1095 ଅଙ୍ଗାଙ୍ଗି
  1. Aṅgāṅgi (ସଂ.ଅ.)ଅଙ୍ଗ ସହିତ ଅଙ୍ଗୀ ବା ଦେହର ଯେଉଁ ସମ୍ପର୍କ ସେହି ସମ୍ପର୍କରେ ଅନ୍ୟୋନ୍ୟ ସମ୍ବନ୍ଧରୂପେ Jointly or reciprocally related as one limb to another; related as one limb to the body
  2. ସ୍ୱ ସ୍ୱ ପକ୍ଷୀୟ ବ୍ୟକ୍ତିଙ୍କ ପ୍ରତି ପକ୍ଷପାତ (ରାମକମଳ - ପ୍ରକୃତିବାଦ) Partiality towards the members of each other's party.
  3. ଏକ ଅଙ୍ଗ ବା ପକ୍ଷ ସହିତ ଅନ୍ୟ ଅଙ୍ଗର ଥିବା ସମ୍ପର୍କ  Co-ordination; Correlation.
Page 219 of 605



expoodisha.com

 

Other Dictionary