| 1051 |
ଅଙ୍ଗପ୍ରାୟଶ୍ଚିତ |
- Aṅgaprāyaṡchitta (ସଂ.ବି.) - ଶରୀରର ଅଙ୍ଗକୁ ଶୁଦ୍ଧ ବା ପାପମୁକ୍ତ କରିବା ପାଇଁ ଅନୁଷ୍ଠିତ ପ୍ରାୟଶ୍ଚିତ୍ତ କର୍ମ Expiation of bodily impurity; ceremonial purification of the body.
- ମୃତକାଶୌଚ ଦ୍ୱାରା ଅଶୁଦ୍ଧ ଦେହର ଶୋଧନ Expiation of bodily impurity arising from death in a family
|
| 1052 |
ଅଙ୍ଗ ବଙ୍ଗ କଳିଙ୍ଗ |
- Aṅga baṅga kaḻiṅga (ସଂ.ବି.) - ଅଙ୍ଗ, ବଙ୍ଗ, କଳିଙ୍ଗ ପରସ୍ପର ନିକଟବର୍ତ୍ତୀ ତିନିଟି ପ୍ରଦେଶ The three adjacent countries of Anga, Banga, Kalinga [Bihar, Bengal and Odisha]
[ ଦ୍ର ] ଅଙ୍ଗ - ଆଧୁନିକ ବିହାର, ବଙ୍ଗ - ଆଧୁନିକ ବଙ୍ଗଳା, କଳିଙ୍ଗ - ଆଧୁନିକ ଓଡ଼ିଶା।
|
| 1053 |
ଅଙ୍ଗବଳ |
- Aṅgabaḻa (ସଂ.ବି.) - ଅଙ୍ଗରାଜାଙ୍କ ସୈନ୍ୟ; ଅଙ୍ଗଦେଶୀୟ ସେନା The troops from the Aṅga country.
|
| 1054 |
ଅଙ୍ଗବିକାର |
Category : [ Disease ]
- Aṅgabikāra (ସଂ.ବି.) - ରୋଗାଦି ଦ୍ୱାରା ଅଙ୍ଗମାନଙ୍କର କଦାକାର ଅବସ୍ଥା Bodily deformity due to disease.
- ବିକଳାଙ୍ଗତା; ଅଙ୍ଗହାନି; ଦେହର କୌଣସି ଅଙ୍ଗ କଟିଯିବା ଅବସ୍ଥା Mutilated condition of the limbs.
- ରୋଗ Disease.
- ମୂର୍ଚ୍ଛା Collapse; fainting.
- ଅପସ୍ମାର; ମୃଗୀରୋଗ Epilepsy.
|
| 1055 |
ଅଙ୍ଗବିକୃତି |
Category : [ Disease ]
- Aṅgabikṛuti (ସଂ.ବି.) - ରୋଗାଦି ଦ୍ୱାରା ଅଙ୍ଗମାନଙ୍କର କଦାକାର ଅବସ୍ଥା Bodily deformity due to disease.
- ବିକଳାଙ୍ଗତା; ଅଙ୍ଗହାନି; ଦେହର କୌଣସି ଅଙ୍ଗ କଟିଯିବା ଅବସ୍ଥା Mutilated condition of the limbs.
- ଦେହଚାଳନଦ୍ୱାରା ସଙ୍କେତ; ଇସାରା Wink; nod; sign
|