Language Section

 

 

 

 

 

 

Dictionary : View_page

ID Main Word Content
1046 ଅଙ୍ଗନା
  1. Aṅganā (ସଂ.ବି.)  - ସ୍ତ୍ରୀ; ନାରୀ Any woman; a female.
  2. ସୁନ୍ଦରଅଙ୍ଗବିଶିଷ୍ଟା ସ୍ତ୍ରୀ A woman with graceful limbs.
  3. ଉତ୍ତର ଦିଗର ହସ୍ତିନୀ  Name of the female elephant guarding the North.
  4. (ଜ୍ୟୋତିଷ) କନ୍ୟା ରାଶି (astronomy) Virgo; one of the twelve zodiacal signs.
1047 ଅଙ୍ଗନାପ୍ରିୟ
  1. Aṅganāpriya (ସଂ.ବି.) (ସ୍ତ୍ରୀମାନେ ବଳା ପିନ୍ଧିଥିବା ଗୋଡ଼ରେ ଗୋଇଠା ମାଇଲେ ଅଶୋକ ବୃକ୍ଷ ଫୁଲ ଫୁଟିବାର କବିପ୍ରସିଦ୍ଧ ଥିବାରୁ) ଅଶୋକ ବୃକ୍ଷ The tree Janesia Asoca.
1048 ଅଙ୍ଗନ୍ୟାସ
  1. Aṅganyāsa (ସଂ.ବି.)ଦେବପୂଜା ଉପଲକ୍ଷରେ ବୀଜ ମନ୍ତ୍ରାଂଶ ଉଚ୍ଚାରଣ ପୂର୍ବକ ଦେହର ଭିନ୍ନ ଭିନ୍ନ ନିର୍ଦ୍ଦିଷ୍ଟ ଅଙ୍ଗକୁ ଛୁଇଁବା କ୍ରିୟା A ritual of touching certain parts of the body while uttering the component parts of a formula during worship.
1049 ଅଙ୍ଗପାଳି

Also : [ ଅଙ୍କପାଳି

  1. Aṅgapāḻi (ସଂ.ବି.) ଅଙ୍କପାଳି; ଆଲିଙ୍ଗନ; କୁଣ୍ଢାଇବା An embrace.
  2. କୋଳରେ ବସାଇବା The taking of a person into one's bosom.
1050 ଅଙ୍ଗପ୍ରତ୍ୟଙ୍ଗ
  1. Aṅgapratyaṅga (ସଂ.ବି.)  ଅଙ୍ଗ ଓ ପ୍ରତ୍ୟଙ୍ଗ; ଦେହର ଅଙ୍ଗ ଓ ଅଙ୍ଗ ଶାଖା ସମୂହ All the members or limbs of the body; the main and the minor members of the body.
  2. ସର୍ବାଙ୍ଗ; ଶରୀରର ସମସ୍ତ ଅଂଶ The whole of the body.

     [ ଦ୍ର ] ଶରୀରର ହସ୍ତପଦାଦିକୁ ଅଙ୍ଗ ବୋଲାଯାଏ ଓ ଅଙ୍ଗର ଶାଖାକୁ (ଯଥା- ଅଙ୍ଗୁଳି) ପ୍ରତ୍ୟଙ୍ଗ ବୋଲାଯାଏ।
Page 210 of 605



expoodisha.com

 

Other Dictionary