| 1041 |
ଅଙ୍ଗତ୍ରାଣ |
Also : [ ଅଙ୍ଗତ୍ର ]
- Aṅgatrāṇa (ସଂ.ବି.) - (ଅଙ୍ଗକୁ ଯାହା ରକ୍ଷା କରେ) ଅଙ୍ଗରକ୍ଷକ; ବର୍ମ; ସାଞ୍ଜୁ Coat of mail. ଅଙ୍ଗରଖା; କୁରୁତା Coat.
|
| 1042 |
ଅଙ୍ଗଦ |
Also : [ ଅଂଗଦ ]
- Aṅgada (ସଂ.ବି.) - ବାଜୁ; ତାଡ଼; ବାହୁଭୂଷଣ An armlet; a bracelet for the upper arm.
- ଗାମୁଛା; ଗାତ୍ରମାର୍ଜ୍ଜନୀ Towel; napkin.
- ମର୍କଟରାଜ ବାଳୀର ପୁତ୍ର Name of the son of the monkey king Bāḻī.
- ଲକ୍ଷ୍ମଣଙ୍କର ଦୁଇ ପୁତ୍ର ମଧ୍ୟରୁ ଏକ Name of one of the two sons of Lakshmaṅa.
- ଗଦର ପୁତ୍ରବିଶେଷ Name of a son of Gada.
- (ସଂ.ବିଣ.) - (ଭଞ୍ଜୀୟ ବ୍ୟବହାର) ଅଙ୍ଗଚ୍ଛେଦ ଯୋଗୁଁ ମୃତ Dead after mutilation.
|
| 1043 |
ଅଙ୍ଗଦା |
- Aṅgadā (ସଂ.ବି.) - ଦକ୍ଷିଣ ଦିଗର ହସ୍ତିନୀର ନାମ Name of the she-elephant guarding the South.
|
| 1044 |
ଅଙ୍ଗଦେଶ |
- Aṅgadeṡa (ସଂ.ବି.) - ଅଙ୍ଗନାମକ ରାଜ୍ୟ; ଭାରତର ପ୍ରାଚୀନ ପ୍ରଦେଶ ବା ରାଜ୍ୟ Name of a province or kingdom of ancient India.
- ଶରୀର; ଦେହ Body.
|
| 1045 |
ଅଙ୍ଗନ |
Also : [ ଅଁଗଣା, ଅଙ୍ଗଣା, ଅଗଣା ]
- Aṅgana (ସଂ.ବି.) - (ଯାହାର ପ୍ରଶସ୍ତ ଅଙ୍ଗ ଅଛି ) ଅଗଣା; ଗୃହଚତ୍ୱର Courtyard.
- କ୍ଷେତ୍ର Area.
- ଭ୍ରମଣ Act of walking.
|