Language Section

 

 

 

 

 

 

Dictionary : View_page

ID Main Word Content
1016 ଅଙ୍କେଇବଙ୍କେଇ ଯିବା
  1. Aṅkei baṅkei j̄ibā  (ଦେ.କ୍ରି.) - ସର୍ପପରି ଇତସ୍ତତଃ ବକ୍ର ଗତି କରିବା To move in a crooked manner like the serpent.
1017 ଅଙ୍କେଇବା

Also : [ ଅଙ୍କାଇବା

  1. Aṅkeibā (ଦେ.କ୍ରି.)
  2. ଅଙ୍କିବାର ଣିଜନ୍ତରୂପ  Causative form of Aṅkibā.
  3. ଅଙ୍କନ କରିବା; ଚିତ୍ରଣ କରିବା To draw a figure.
  4. ଚିତ୍ରର ସୀମାରେଖା ଟାଣିବା To delineate; to draw the contours.
  5. ଲେଖିବା To write.
1018 ଅଙ୍କୋଟ

Also : [ ଅଙ୍କୁ, ଅଙ୍କୋଟକ; ଅଙ୍କୋଠ; ଅଙ୍କୋଳ; ଅଙ୍ଖୋଟ; ବାମକ; ବିଷଘ୍ନ; ଦୀର୍ଘକାଳ; ଦୃଢ଼କଣ୍ଟକ; ଲମ୍ବପୂର୍ଣ୍ଣ; ଅଙ୍କୁ, ଆଙ୍କୁ; ଅଙ୍କୁଡ଼ା; ଆଙ୍କୁଲା; ଧଳା ଆଙ୍କୁ; ଧଳାଙ୍କୁଡ଼ା ] 

  1. Aṅkoṭa (ଦେ.ବି.) -  ଧଳା କାଠର ବନ୍ୟ କଣ୍ଟକୀ ଛୋଟ ଗଛ A wild tree; Alangium Hexpetalum.

 [ ଦ୍ର ] ଏ ଗଛ ପାହାଡ଼ିଆ ଭୂମି, ପଥର ସନ୍ଧି ଓ ପର୍ବତର କାନ୍ଥରେ ଉଠେ; ଏହାର ଡାଳ ଭାରି ଚେମଡ଼; ଏହାର ପତ୍ର ଛ ଆଙ୍ଗୁଳିଆ ବା ଛଅ ଶାଖାବିଶିଷ୍ଟ; ଏହା କଟୂ, କଷାୟ, ତୀକ୍ଷ୍ଣ ରେଚକ, ଉଷ୍ଣବୀର୍ଯ୍ୟ; ସ୍ନିଗ୍ଧ ଓ ଲଘୁ; ଏହାର ଫଳ ମଧୁର, ଶୀତବୀର୍ଯ୍ୟ, ଗୁରୁପାକ ବଳବର୍ଦ୍ଧକ, ବିରେଚକ ଓ ଶ୍ଳେଷଜନକ; ଏହା ଦାହ, କ୍ଷୟ ଓ ରକ୍ତଦୋଷ ରୋଗରେ ଉପକାରୀ। ଏହାର ଫଳ ବିଛା କାମୁଡ଼ାର ବିଷହାରକ। ଏହାର ମୂଳର ଚୋପା ବମନକାରକ; ମୂଳକୁ ଶୁଖାଇ ଚୂର୍ଣ୍ଣ କରି କୁଷ୍ଠ ଓ ଉପଦଂଶ କ୍ଷତରେ ଛିଞ୍ଚିଲେ କ୍ଷତ ଶୁଖିଯାଏ। ଏହାର ରସ ବିଷନାଶକ। ଲୋକେ କହନ୍ତି ଯେ ଏହାର ମଞ୍ଜିରୁ ବାହାରିବା ତେଲରେ ଅନ୍ୟ କୌଣସି ମଞ୍ଜିକୁ ଭିଜାଇ ପୋତି ଦେଲେ ସେ ବୀଜରୁ ଅତି ଶୀଘ୍ର ଗଛ ଉଠେ। ପୁଷ୍ପଭେଦରେ ଆଙ୍କୁଲ ତିନି ପ୍ରକାର ରକ୍ତ, ଶ୍ୱେତ ଓ କୃଷ୍ଣ।

1019 ଅଙ୍କୋତ୍ଥ
  1. Aṅkottha (ସଂ.ବିଣ.)କରତଳ; ପଦ ତଳ ଆଦିରେ ଧ୍ୱଜ, ଅଙ୍କୁଶ ଚକ୍ରାଦି ଚିହ୍ନରୁ ସୂଚିତ (ପୁରୁଷର ସୁଲକ୍ଷଣ) (good signs) Due to a man having got some auspicious marks on the palm and sole of his feet. 
1020 ଅଙ୍କୋଳସାର
  1. Aṅkoḻasāra (ସଂ.ବି.) - ଅଙ୍କୋଟ ଗଛର ନିର୍ଯ୍ୟାସ; ଏହା ବିଷ The juice or essence of the Aṅkota tree, (which is a poison).
Page 204 of 605



expoodisha.com

 

Other Dictionary