| 1006 |
ଅଙ୍କୁରିବା |
- Aṅkuribā (ଦେ.କ୍ରି.) - ଅଙ୍କୁରିତ ହେବା; ଗଜୁରିବା To sprout.
- ନୂଆ ହୋଇ କଅଁଳିବା To come out anew.
- ପୁନର୍ବାର ଜୀବ ପାଇବା; ପୁନର୍ବାର ଜନ୍ମିବା To be born again; to be revived.
|
| 1007 |
ଅଙ୍କୁରୋଦ୍ଗମ |
Also : [ ଅଙ୍କୁରୋଦ୍ଗମ ]
- Aṅkurodgama (ସଂ.ବି.) - ମଞ୍ଜିରୁ ଗଜା ବାହାରିବା—The coming out of sprouts from the seed.
|
| 1008 |
ଅଙ୍କୁଶ |
Also : [ ଅଙ୍କୁଶା ]
- Aṅkuṡa (ସଂ.ବି.) - ଆଙ୍କୁଶା; ହସ୍ତିତାଡ଼ନାର୍ଥ ବ୍ୟବହୃତ ବକ୍ର ଓ ତୀକ୍ଷ୍ମାଗ୍ର ଲୌହଦଣ୍ଡ A goad; an iron-rod with a hooked point to goad an elephant.
- ଶର ପରି ମୁନ ବଙ୍କା ହୋଇଥିବା କଣ୍ଟା A hooked nail shaped like an arrow.
- (ଲକ୍ଷଣାର୍ଥ) ବାଧା; ପ୍ରତିବନ୍ଧକ Obstacle.
|
| 1009 |
ଅଙ୍କୁଶଗ୍ରହ |
- Aṅkuṡagraha (ସଂ.ବି.) - (ଯେ ଅଙ୍କୁଶ ଧରେ) ମାହୁନ୍ତ An elephant driver.
|
| 1010 |
ଅଙ୍କୁଶଦୁର୍ଦ୍ଧର |
- Aṅkuṡadurddhara (ସଂ.ବିଣ.) - ଦୂରନ୍ତ; (ମତ୍ତ ହାତୀ)ଯେଉଁ ହାତୀ ଅଙ୍କୁଶତାଡ଼ନାକୁ ମାନେ ନାହିଁ (an elephant) ungovernable by the goad.
|