Also : [ ଅଙ୍କୋଟ; ଅଙ୍କୋଟକ; ଅଙ୍କୋଠ; ଅଙ୍କୋଳ; ଅଙ୍ଖୋଟ; ବାମକ; ବିଷଘ୍ନ; ଦୀର୍ଘକାଳ; ଦୃଢ଼କଣ୍ଟକ; ଲମ୍ବପୂର୍ଣ୍ଣ; ଅଙ୍କୁ, ଆଙ୍କୁ; ଅଙ୍କୁଡ଼ା; ଆଙ୍କୁଲା; ଧଳା ଆଙ୍କୁ; ଧଳାଙ୍କୁଡ଼ା ]
[ ଦ୍ର ] ଏ ଗଛ ପାହାଡ଼ିଆ ଭୂମି, ପଥର ସନ୍ଧି ଓ ପର୍ବତର କାନ୍ଥରେ ଉଠେ; ଏହାର ଡାଳ ଭାରି ଚେମଡ଼; ଏହାର ପତ୍ର ଛ ଆଙ୍ଗୁଳିଆ ବା ଛଅ ଶାଖାବିଶିଷ୍ଟ; ଏହା କଟୂ, କଷାୟ, ତୀକ୍ଷ୍ଣ ରେଚକ, ଉଷ୍ଣବୀର୍ଯ୍ୟ; ସ୍ନିଗ୍ଧ ଓ ଲଘୁ; ଏହାର ଫଳ ମଧୁର, ଶୀତବୀର୍ଯ୍ୟ, ଗୁରୁପାକ ବଳବର୍ଦ୍ଧକ, ବିରେଚକ ଓ ଶ୍ଳେଷଜନକ; ଏହା ଦାହ, କ୍ଷୟ ଓ ରକ୍ତଦୋଷ ରୋଗରେ ଉପକାରୀ। ଏହାର ଫଳ ବିଛା କାମୁଡ଼ାର ବିଷହାରକ। ଏହାର ମୂଳର ଚୋପା ବମନକାରକ; ମୂଳକୁ ଶୁଖାଇ ଚୂର୍ଣ୍ଣ କରି କୁଷ୍ଠ ଓ ଉପଦଂଶ କ୍ଷତରେ ଛିଞ୍ଚିଲେ କ୍ଷତ ଶୁଖିଯାଏ। ଏହାର ରସ ବିଷନାଶକ। ଲୋକେ କହନ୍ତି ଯେ ଏହାର ମଞ୍ଜିରୁ ବାହାରିବା ତେଲରେ ଅନ୍ୟ କୌଣସି ମଞ୍ଜିକୁ ଭିଜାଇ ପୋତି ଦେଲେ ସେ ବୀଜରୁ ଅତି ଶୀଘ୍ର ଗଛ ଉଠେ। ପୁଷ୍ପଭେଦରେ ଆଙ୍କୁଲ ତିନି ପ୍ରକାର ରକ୍ତ, ଶ୍ୱେତ ଓ କୃଷ୍ଣ।