| 1011 |
ଅଙ୍କୁଶମୁଦ୍ରା |
- Aṅkuṡamudrā (ସଂ.ବି.) - ଦେବପୂଜାରେ ବ୍ୟବହୃତ ଜଳକୁ ଶୁଦ୍ଧ କରିବା ପାଇଁ ଅଙ୍ଗୁଳିଦ୍ୱାରା ରଚିତ ଅଙ୍କୁଶାକୃତି ତାନ୍ତ୍ରିକ ମୁଦ୍ରାବିଶେଷ A pose of the fingers (in the shape of a look) used in consecrating the water used in worship.
|
| 1012 |
ଅଙ୍କୁଶା |
Also : [ ଅଙ୍କୁଶ ]
- Aṅkuṡā (ଦେ.ବି.) - ଆଙ୍କୁଶା; ହସ୍ତିତାଡ଼ନାର୍ଥ ବ୍ୟବହୃତ ବକ୍ର ଓ ତୀକ୍ଷ୍ମାଗ୍ର ଲୌହଦଣ୍ଡ A goad; an iron-rod with a hooked point to goad an elephant.
- ଶର ପରି ମୁନ ବଙ୍କା ହୋଇଥିବା କଣ୍ଟା A hooked nail shaped like an arrow.
- କଣ୍ଟା ଗଛର ବକ୍ରାଗ୍ର କଣ୍ଟା Hooked prick of plants; hooked thorn
|
| 1013 |
ଅଙ୍କୁଶାଲଗା |
- Aṅkuṡālagā (ଗ୍ରା.ଅ.) - ସବାରି ବେହେରାମାନଙ୍କ ଡାକ ବିଶେଷ A hallooing cry of Palki-bearers.
[ ଦ୍ର ] ବାଟରେ ମୁଣ୍ଡ ଉପରେ କଣ୍ଟା ଗଛ ବା ଡାଳ ଓହୋଳି ଥିଲେ ଓ ତାହା ସବାରିରେ ବା ମୁଣ୍ଡରେ ବାଜିବାର ଆଶଙ୍କା ଥିଲେ ସବାରିର ଆଗ ବେହେରାମାନେ ପଛ ବେହେରାଙ୍କୁ ଏ ଡାକ ଡାକି ସତର୍କ କରାନ୍ତି। ଏହାର ଅର୍ଥ ସାବଧାନ ! ମୁଣ୍ଡ ଉପରେ ଝୁଲୁଥିବା କଣ୍ଟା ଯେପରି ମୁଣ୍ଡରେ ନ ବାଜେ।
|
| 1014 |
ଅଙ୍କୁଶି |
- Aṅkuṡi (ଦେ.ବି.) - ହସ୍ତିତାଡ଼ନାର୍ଥ ବ୍ୟବହୃତ ବକ୍ର ଓ ତୀକ୍ଷ୍ମାଗ୍ର ଲୌହଦଣ୍ଡ A goad; an iron-rod with a hooked point to goad an elephant.
- ଶର ପରି ମୁନ ବଙ୍କା ହୋଇଥିବା କଣ୍ଟା A hooked nail shaped like an arrow.
- ଛୋଟ ଅଙ୍କୁଶ A small hook.
|
| 1015 |
ଅଙ୍କେଇତ୍ର |
- Aṅkeitra (ଗ୍ରା.ବି.) - (ଚାହାଳିର ପୁରୁଣାକାଳିଆ ଅବଧାନମାନେ ପିଲାଙ୍କୁ ସତରଫଳା ଘୋଷାଇବାବେଳେ ଉଚ୍ଚାରିତ ଶବ୍ଦ (ଙ୍କ୍ର) The wrong pronunciation of the quadruthong (nktra).
|