| 1026 |
ଅଙ୍ଗଗ୍ରହ |
- Aṅgagraha (ସଂ.ବି.) - (ଯାହା ଅଙ୍ଗକୁ ଆକ୍ରମଣ କରେ) ଶରୀରର ବେଦନା Bodily pain.
- ଧନୁଷ୍ଟଙ୍କାର ରୋଗ Tetanus; spasm.
|
| 1027 |
ଅଙ୍ଗଘଷା |
- Aṅgaghashā (ଦେ.ବିଣ.) - (ଯେ ସେବା କଲା ବେଳେ ପ୍ରଭୁଙ୍କ ଅଙ୍ଗରେ ନିଜ ଅଙ୍ଗକୁ ଘଷେ ବା ଲଗାଏ ଅଙ୍ଗଲଗା) ଯେଉଁ ଭୃତ୍ୟ ପ୍ରଭୁଙ୍କ ଅଙ୍ଗ ସେବା କର୍ମ କରେ Personal (servant); rendering personal service to the master.
- ଯେଉଁ ଦାସୀ ପ୍ରଭୁଙ୍କ ସହବାସ କରେ (a maid servant) Who is cohabited by the master.
- ଦେହ ଘଷିବା ବା ସଂବାହନ କରିବା ବ୍ୟକ୍ତି (a person) Who massages another.
- ଦିହଘଷା; ଯେଉଁ ପାଳିତ ଜୀବ (ଯଥା - ବିରାଡ଼ି, କୁକୁର ଓ ଅନ୍ୟ ପୋଷା ଜନ୍ତୁ) ମନୁଷ୍ୟର ଦେହରେ ଘଷି ହେବାକୁ ବା ସର୍ବଦା ମନୁଷ୍ୟ ପାଖରେ ରହିବାକୁ ସୁଖ ପାଏ (a pet animal) Loving to rub its limbs against the body of its master.
- ଅତି ଘନିଷ୍ଠ Very intimate.
- ଅତି ପ୍ରିୟ Very pet.
|
| 1028 |
ଅଙ୍ଗଚାଳନା |
Also : [ ଅଙ୍ଗଚାଳନ, ଅଙ୍ଗଭଙ୍ଗୀ ]
- Aṅgachāḻanā (ସଂ.ବି.) - ନୃତ୍ୟ ସମୟରେ ଅଙ୍ଗବିଶେଷର କଳାଯୁକ୍ତ ଚାଳନ Gesticulations or artistic postures assumed during dancing.
- ହାବ; ପ୍ରଣୟ ଉଦ୍ରେକାର୍ଥ ପ୍ରଣୟୀ ପ୍ରଣୟିନୀଙ୍କର କାମଚେଷ୍ଟା ବା ପ୍ରେମସୂଚକ ଅଙ୍ଗଚାଳନା Charming postures and gesticulations assumed by lovers.
- ଦେହର ଭିନ୍ନ ଭିନ୍ନ ଅଙ୍ଗକୁ ଏଣେ ତେଣେ ଚଳାଇବା Movement of one's limbs.
- ବ୍ୟାୟାମ Physical exercise.
|
| 1029 |
ଅଙ୍ଗଚ୍ଛଦ |
- Aṅgachchhada (ସଂ.ବି.) - (ଯାହା ଦେହକୁ ଘୋଡ଼ାଏ) ପୋଷାକ Dress.
|
| 1030 |
ଅଙ୍ଗଚ୍ଛେଦ |
Also : [ ଅଙ୍ଗଚ୍ଛେଦନ ]
- Aṅgachchheda (ସଂ.ବି.) - ଦେହର ଅଙ୍ଗବିଶେଷର କର୍ତ୍ତନ Multilation; Dis-memberment of any limb.
|