| 966 |
ଅଙ୍କପାଳି |
Also : [ ଅଙ୍ଗପାଳି ]
- Aṅkapāḻi (ସଂ.ବି.) - ଆଲିଙ୍ଗନ; କୁଣ୍ଢାଇବା Embrace, hugging.
- କୋଳରେ ବସାଇବା The taking of a person into one's bosom.
|
| 967 |
ଅଙ୍କପାଳିକା |
- Aṅkapāḻikā (ସଂ.ବି.) - ଆଲିଙ୍ଗନ; କୁଣ୍ଢାଇବା Embrace.
- କୋଳରେ ବସାଇବା The taking of a person onto one's bosom.
- ଧାତ୍ରୀ; ଧାଈ A nurse.
|
| 968 |
ଅଙ୍କପାଳୀ |
- Aṅkapāḻī (ସଂ.ବି.) - ଲିଙ୍ଗନ; କୁଣ୍ଢାଇବା Embrace, hugging.
- କୋଳରେ ବସାଇବା The taking of a person into one's bosom.
- ଧାତ୍ରୀ; ଧାଈ A nurse.
- (ବୈଦ୍ୟକ) ବେଦିକାଖ୍ୟ ଗନ୍ଧଦ୍ରବ୍ୟ (ପ୍ରକୃତିବାଦ) A kind of scent.
- ଗୁଳ୍ମବିଶେଷ A plant Medicago esculanta (M.W.).
|
| 969 |
ଅଙ୍କପୂରଣ |
Category : [ Mathematics]
- Aṅkapūraṇa (ସଂ.ବି.) - ଗଣନାଦ୍ୱାରା କୌଣସି ଅଦତ୍ତ ବା ଅଜ୍ଞାତ ସଂଖ୍ୟାକୁ ଆଣି ସ୍ଥାପନ କରିବା The filling up of an unknown number with the help of given data.
|
| 970 |
ଅଙ୍କବିଦ୍ୟା |
Category : [ Mathematics] Also : [ ଅଙ୍କତନ୍ତ୍ର, ଅଙ୍କଗଣିତ ]
- Aṅkabidyā (ସଂ.ବି.) - ଯେଉଁ ଶାସ୍ତ୍ରଦ୍ୱାରା ଅଙ୍କ ବା ସଂଖ୍ୟାବିଷୟକ ଜ୍ଞାନ ଲାଭ ହୁଏ; ପାଟଗଣିତ Arithmetic.
- 1, 2, 3 ଆଦି ସଂଖ୍ୟାର ଗଣନା ବା ହିସାବ Calculation of the figures or digits.
- ଚିତ୍ରବିଦ୍ୟା The art of drawing.
|