Language Section

 

 

 

 

 

 

Dictionary : View_page

ID Main Word Content
956 ଅଙ୍କତି
  1. Aṅkati (ସଂ.ବି.) - ବାୟୁ Air.
  2. ଅଗ୍ନି  Fire.
  3. ବ୍ରହ୍ମା  Brahmā.
  4. ଅଗ୍ନିହୋତ୍ରୀ A fire-worshipper.
957 ଅଙ୍କଧାରଣ
  1. Aṅkadhāraṇa (ସଂ.ବି.)ତ୍ରିଶୂଳ, ଶଙ୍ଖ; ଚକ୍ର, ଗଦା ଓ ପ୍ରଭୁଙ୍କ ନାମ ଆଦି ଚିହ୍ନିତ ମୁଦ୍ରାକୁ ଚଢ଼ାଇ କରି ଦେହରେ ଛାପିବା  Act of stamping the body with heated seals containing various figures of religious significance.
958 ଅଙ୍କଧାରୀ
  1. Aṅkadhārī (ସଂ. ବି.)ଯେ ଦେହରେ ତପ୍ତ ମୁଦ୍ରା ଛାପିଥାଏ (a person) Bearing on his body stamps of heated seals bearing different religious emblems.
  • ଅଙ୍କଧାରିଣୀ (ସ୍ତ୍ରୀ)
959 ଅଙ୍କନ

Also : [ ଅଙ୍କନୀୟ; ଅଙ୍କିତ, ଅଙ୍କ୍ୟ ଓ ଅଙ୍କକ

  1. Aṅkana (ସଂ.ବି.) -  ଚିହ୍ନ ଦେବା Marking.
  2. ଲେଖନ Writing.
  3. ସଂଖ୍ୟାଲିଖନ  Notation.
  4. ଚିତ୍ରାଦି ଆଙ୍କିବା Drawing of picturesr.
  5. ଅଙ୍କିତକରଣ Drawingr.
  6. ଗଣତି କରିବା Numbering; countingr.
  7. ଶଙ୍ଖ, ଚକ୍ର, ଗଦା, ପଦ୍ମ, ତ୍ରିଶୂଳ ଓ ପ୍ରଭୁଙ୍କ ନାମ ଆଦି ଅଙ୍କିତ ଥିବା ଧାତୁ ମୁଦ୍ରାକୁ ଦେହରେ ତତାଇ କରି ମାରିବା Act of stamping on one's body heated seals containing religious symbols.

     [ ଦ୍ର ] ସାଧୁ, ସନ୍ନ୍ୟାସୀ ବା ବୈଷ୍ଣବମାନେ ବିଷ୍ଣୁଙ୍କର ଶଙ୍ଖ, ଚକ୍ର, ଗଦା, ପଦ୍ମ ଓ ଶୈବମାନେ ଶିବଙ୍କର ତ୍ରିଶୂଳ ଓ କେହି କେହି ପ୍ରଭୁଙ୍କ ନାମ ଲେଖାଥିବା ଧାତୁମୁଦ୍ର୍ରା ବା ମୋହରକୁ ତତାଇ ବାହୁରେ ଓଦା କନା ପକାଇ ତାକୁ ଛାପା ମାରନ୍ତି। ଛାପା ଦିଆଯିବା ସ୍ଥାନରେ ଫୋଟକା ହୋଇ ତାହା ଶୁଖିଗଲେ ଦେହରେ ଉକ୍ତ ଚିହ୍ନମାନ ରହିଯାଏ। ଏହି ଅଙ୍କନକ୍ରିୟା ଦ୍ୱାରିକାରେ କରାଯାଏ ଏହାକୁ ଦ୍ୱାରିକାଛାପା କହନ୍ତି। ରାମାନୁଜସମ୍ପ୍ରଦାୟର ବୈଷ୍ଣବମାନଙ୍କ ମଧ୍ୟରେ ଏହା ବିଶେଷ ପ୍ରଚଳିତ। 
960 ଅଙ୍କନବିଦ୍ୟା
  1. Aṅkanabidyā (ସଂ.ବି.) - ଅଙ୍କନ ବିଷୟକ ବିଦ୍ୟା - ଚିତ୍ରବିଦ୍ୟା The art of drawing.
Page 192 of 605



expoodisha.com

 

Other Dictionary