Language Section

 

 

 

 

 

 

Dictionary : View_page

ID Main Word Content
911 ଅଘମର୍ଷଣ
  1. Aghamarshaṇa (ସଂ.ବିଣ.) - ପାପନାଶକ Destroying sin; sin-effacing.
  2. ଯେଉଁ କର୍ମ ଦ୍ୱାରା ପାପ ଖଣ୍ଡିତ ହୁଏ Expiatory.
  3. (ସଂ.ବି.) - ଭଗବାନ୍; ବିଷ୍ଣୁ God; Bishṇu.
  4. ବିଶ୍ୱାମିତ୍ରାଦି ୧୩  ଜଣ ପ୍ରସିଦ୍ଧ ଋଷିଙ୍କ ମଧ୍ୟରୁ ଏକତମ  Name of a famous Sage.

    [ ଦ୍ର ] ଏ ଋଷି ଅଘମର୍ଷଣ ସୂକ୍ତର ଦ୍ରଷ୍ଟା ଥିଲେ; ଏ ମଧୁଚ୍ଛନ୍ଦସ ଋଷିଙ୍କ ପୁତ୍ର।
912 ଅଘମର୍ଷଣ ସୂକ୍ତ
  1. Aghamarshaṇa sūkta (ସଂ.ବି.) - ପାପନାଶକସୂକ୍ତ (ଅଘମର୍ଷଣ ଋଷିଙ୍କ ରଚିତ ସୂକ୍ତ)  ଅଶ୍ୱମେଧଯଜ୍ଞର ଅବଭୃଥ  ସ୍ନାନମନ୍ତ୍ର। ଦୈନିକ ସନ୍ଧ୍ୟାବନ୍ଦନା କଲାବେଳେ ବ୍ରାହ୍ମଣମାନେ ଏ ମନ୍ତ୍ରପାଠ ପୂର୍ବକ ଦେହକୁ ଜଳଦ୍ୱାରା ମାର୍ଜନ କରନ୍ତି  A mystic formula uttered by Brāhmaṇas while performing Sandhyā.
913 ଅଘର
  1. Aghara (ଦେ.ବି.) -  ହୀନକୂଳ, ନୀଚବଂଶ A low family; a family of low social standing.
  2. ଆପଣାଠାରୁ ନୀଚତର ବଂଶ; ଯେଉଁ ବଂଶ ସହିତ ବିବାହାଦି ସମ୍ପର୍କ ପ୍ରତିଷ୍ଠିତ ହୋଇ ପାରିବ ନାହିଁ A family of lower status.
  3. (ଦେ.ବିଣ.) - ଗୃହଶୂନ୍ୟ Homeless.
914 ଅଘରକରଣା

Also : [ ଅଘରୁଆ ]

  1. Agharakaraṇā (ଦେ.ବି.) -  ଘରକରଣା ବା ଗୃହସ୍ଥ ଜନୋଚିତ କର୍ମାଦିରେ ଅପଟୁତା Want of skill in house hold management.
  2. (ଦେ.ବିଣ.) - ଯେଉଁ ବ୍ୟକ୍ତି ଘରକରଣାରେ ପଟୁ ନୁହେଁ Not skilful in domestic management.
  3. ଯେ ଘରୁଆ ନୁହେଁ; ଯେ ଭଦ୍ରବଂଶଜ ନୁହେଁ Not of noble family; baseborn
  • ଅଘରକରଣୀ (ସ୍ତ୍ରୀ)
915 ଅଘରି

Also : [ ବେଘର ] 

  1. Aghari (ଦେ.ବିଣ.) - ଗୃହହୀନ Homeless.
Page 183 of 933



expoodisha.com

 

Other Dictionary