| 861 |
ଅଗ୍ରବୀଜ |
Category : [ Plant ]
- Agrabīja (ସଂ.ବିଣ.) -(ଶାଖା ଅଟେ ବୀଜ ଯାହାର) ଯେଉଁ ଗଛର ଡାଳ ପୋତିଲେ ବଞ୍ଚି ଯାଏ (plant) Propagated by cutting.
- କଲମୀ (ଗଛ) Propagated by grafts.
- (ସଂ.ବି.) - କଲମୀ ଗଛ Graft; viviparous plant.
|
| 862 |
ଅଗ୍ରଭକ୍ଷ |
Also : [ ଅଗ୍ରଭୁକ୍ ]
- Agrabhaksha (ଦେ.ବି.) - ପ୍ରାୟଶ୍ଚିତ୍ତାଦି କର୍ମ ଶେଷ ହେଲେ ପ୍ରାୟଶ୍ଚିତ୍ତକାରୀ ବ୍ୟକ୍ତିର ଗୃହରେ ବ୍ରାହ୍ମଣମାନେ ଭୋଜନ କରିବା ପୂର୍ବରୁ ଯେଉଁ ବ୍ରାହ୍ମଣ ଜଣକ ପ୍ରଥମେ ଭୋଜନ କରନ୍ତି A Brāhmaṇa who is fed before the others are fed on the occasion of an expiation rite.
- ଯାହାଙ୍କୁ ସର୍ବ ପ୍ରଥମେ ଭୋଜନ ଦିଆଯାଏ (ଜାତିର ବିଷ୍ଟ ବ୍ୟକ୍ତି ବା ଗୋସେଇଁ) Having precedence in eating.
|
| 863 |
ଅଗ୍ରଭାଗ |
- Agrabhāga (ସଂ.ବି.) - ସାମ୍ନା; ସମ୍ମୁଖଭାଗ The front; forepart.
- ଅଗ; ଶିରୋଭାଗ Top; the head.
- ଉପରିଭାଗ The upper portion.
- କୌଣସି ପଦାର୍ଥର ପ୍ରଥମାଂଶ The first part of a thing.
- ମୁଣ୍ଡ; ଶେଷଭାଗ Extremity; end; last portion.
- ସୀମା Boundary; limit.
- ଦାଢ଼; ଧାର Edge.
- ଅସ୍ତ୍ରାଦିର ମୁନ The point of a weapon.
- ଶ୍ରାଦ୍ଧରେ ପ୍ରଥମୋଦ୍ଧୃତ ଅନ୍ନାଦି The portion of food first taken out in a ṡrāddha.
- କୌଣସି ପଦାର୍ଥର ପ୍ରଥମୋଦ୍ଧୃତ ଅଂଶ The part of a thing first taken out.
|
| 864 |
ଅଗ୍ରଭୁକ୍ |
Also : [ ଅଗ୍ରଭକ୍ଷ ]
- Agrabhuk (ସଂ.ବିଣ.) - ଯାହାଙ୍କୁ ସର୍ବ ପ୍ରଥମେ ଭୋଜନ ଦିଆଯାଏ (ଜାତିଭାଇଙ୍କ ଗୋସେଇଁ ବା ବିଶିଷ୍ଟ ବ୍ୟକ୍ତି) Having precedence in eating.
- (ସଂ.ବି.) - ସୂର୍ଯ୍ୟ The sun.
|
| 865 |
ଅଗ୍ରଭୂ |
- Agrabhū (ସଂ.ବିଣ.) - ଯେ ପୂର୍ବରୁ ଜନ୍ମି ଥାଏ; ପ୍ରଥମୋତ୍ପନ୍ନ First born; born earlier.
- ଜ୍ୟେଷ୍ଠ Elder.
- (ସଂ.ବି.) - ଜ୍ୟେଷ୍ଠ ଭ୍ରାତା; ବଡ଼ ଭାଇ Elder brother.
- ବ୍ରାହ୍ମଣ (ଚତୁର୍ବର୍ଣ୍ଣ ମଧ୍ୟରେ ବ୍ରାହ୍ମଣ ପ୍ରଥମେ ବ୍ରହ୍ମାଙ୍କ ମୁଖରୁ ଜାତ ହୋଇଥିବାରୁ) A Brāhmaṇa.
- ଆଗରେ ଅବସ୍ଥିତ; ସମ୍ମୁଖରେ ଅବସ୍ଥିତ Situate in front.
- ପ୍ରଥମେ ଅବସ୍ଥିତ Situated first of all.
- ଅଗ୍ରସର Advancing.
|