| 851 |
ଅଗ୍ରଦ୍ବୀପ |
- Agradwīpa (ସଂ.ବି.) - ଗଙ୍ଗା ମୁହାଣରେ ପ୍ରଥମେ ପଟୁ ପଡ଼ି ଗଠିତ ହୋଇଥିବା ଦ୍ୱୀପ The first island formed by silt at the mouth of the Ganges.
|
| 852 |
ଅଗ୍ରନ୍ଥ |
- Agrantha (ଦେ.ବି.) - ଶାସ୍ତ୍ରବିରୁଦ୍ଧ; ଅଶାସ୍ତ୍ରୀୟ Contrary to the precepts of the scriptures.
- ଅସଜିଆ; ଅଖଞ୍ଜିଆ Awkward; queer.
- ଅନୈତିକ Immoral.
- ଲୋକାଚାରବିରୁଦ୍ଧ Against common usage.
- ଅବୋଧ୍ୟ Incomprehensible.
|
| 853 |
ଅଗ୍ରପର୍ଣ୍ଣୀ |
- Agraparṇṇī (ସଂ.ବି.) - (ଯାହାର ଅଗ୍ର ଭାଗରେ ପର୍ଣ୍ଣ ବା ପତ୍ର ଥାଏ) ବାଇଡଙ୍କ (ବାଇଢଙ୍କ) Cowage.
|
| 854 |
ଅଗ୍ରପଶ୍ଚାତ୍ |
- Agrapaṡchāt (ସଂ.କ୍ରି.) - ଆଗପଛ, ସବୁଆଡୁ From all sides; before and behind.
- ପୂର୍ବାପର Preceding and following.
- ଭୂତ ଭବିଷ୍ୟତ In the past and future.
- ଚାରିଆଡ଼େ On all sides.
- ଶୀଘ୍ର ବା ବିଳମ୍ବରେ Early or late.
- ଆଗକୁ ବା ପଛକୁ Forward and backward.
- (ଦେ.ବିଣ.) - ଆଗର ଓ ପଛର Past and future.
- ସମ୍ମୁଖର ଓ ପଛଆଡ଼ର Of the front and of the back.
|
| 855 |
ଅଗ୍ରପାଣି |
- Agrapāṇi (ସଂ.ବି.) - ହାତର ଆଗପାଖ The forepart of the hand.
- ଡାହାଣ ହାତ The right hand.
|