| 846 |
ଅଗ୍ରତଃ |
Also : [ ଅଗ୍ରତ, ଅଗ୍ରତେ ]
- Agrataḥ (ସଂ.କ୍ରି.) - ଆଗରେ; ସମ୍ମୁଖରେ Before; in front.
- ସର୍ବାଦୌ In the beginning. ପ୍ରଥମରେ At first.
|
| 847 |
ଅଗ୍ରତଃସର |
Also : [ ଅଗ୍ରତସର ]
- Agrataḥsara (ସଂ.ବିଣ.) - ଅଗ୍ରସର Advancing.
- ଯେ ସମସ୍ତଙ୍କ ଆଗରେ ଯାଏ Leading; taking the lead.
- ସର୍ବୋତ୍ତମ Best.
|
| 848 |
ଅଗ୍ରଦାନୀ |
Category : [ Gift ]
Also : [ ଅଗରଦାନୀ, ଅଗର୍ଦାନି ]
- Agradānī (ସଂ.ବି.) - ପତିତ ବ୍ରାହ୍ମଣ; ଯେଉଁ ବ୍ରାହ୍ମଣ ପ୍ରେତୋଦ୍ଦିଷ୍ଟ ଦାନ ଗ୍ରହଣ କରନ୍ତି A fallen Brāhmaṇa who receives things previously offered to the dead.
|
| 849 |
ଅଗ୍ରଦିଧିଷୁ |
Also : [ ଅଗ୍ରେଦିଧିଷୁ, ଅଗ୍ରେଦଧିଷୁ ]
- Agradidhishu (ସଂ.ବି.) - (ଦୁଇଥର ବିବାହିତା ସ୍ତ୍ରୀ) - ଯେଉଁ ପୁରୁଷ ପୂର୍ବେ ଥରେ ବିବାହ କରି ବିଧବା ହୋଇଥିବା ସ୍ତ୍ରୀକୁ ବିବାହ କରେ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ଥର ବିବାହିତା ସ୍ତ୍ରୀର ସ୍ୱାମୀ A man who at his first marriage takes a wife that was married before; the husband of a remarried widow.
- (ସଂ.ବି.) - ବଡ଼ ଭଉଣୀ ବିବାହ ନ କରୁଣୁ ବିବାହ କରିବା ସାନ ଭଉଣୀ A girl who gets married before her elder sister.
- (ସଂ.ବି.) - ପୁନର୍ବିବାହିତା ବିଧବା A remarried widow.
[ ଦ୍ର ] ବଡ଼ ଭାଇ ବିବାହ ନ କରୁଣୁ ବିବାହ କରିବା ସାନ ଭାଇକୁ 'ପରିବେତ୍ତା' ବୋଲାଯାଏ।
|
| 850 |
ଅଗ୍ରଦୂତ |
- Agradūta (ସଂ.ବି.) - କୌଣସି କର୍ମରେ ବା ଆନ୍ଦୋଳନରେ ଅଗ୍ରଗାମୀ ବ୍ୟକ୍ତି A pioneer in an undertaking.
- ରାଜା ଆଦି ଆସି ପହଞ୍ଚିବା ପୂର୍ବରୁ ପ୍ରେରିତ ଦୂତ A messenger who is sent ahead of a great personage.
|