| 841 |
ଅଗ୍ରଜନ୍ମା |
- Agrajanmā (ସଂ.ବିଣ.) - ଯେ ପୂର୍ବରୁ ଜନ୍ମି ଥାଏ; ପ୍ରଥମୋତ୍ପନ୍ନ First born; born earlier.
- ଜ୍ୟେଷ୍ଠ Elder.
- ଜ୍ୟେଷ୍ଠ ଭ୍ରାତା; ବଡ଼ ଭାଇ Elder brother.
- (ସଂ.ବି.) - ବ୍ରାହ୍ମଣ A Brāhmaṇa.
- ବ୍ରହ୍ମା (ସୃଷ୍ଟି ଆଦ୍ୟରୁ ଜାତ ହୋଇଥିବାରୁ) Brahmā.
- ବ୍ରାହ୍ମଣ (ଚତୁର୍ବର୍ଣ୍ଣ ମଧ୍ୟରେ ବ୍ରାହ୍ମଣ ପ୍ରଥମେ ବ୍ରହ୍ମାଙ୍କ ମୁଖରୁ ଜାତ ହୋଇଥିବାରୁ) A Brāhmaṇa.
|
| 842 |
ଅଗ୍ରଜାତ |
Also : [ ଅଗ୍ରଜ ]
- Agrajāta (ସଂ.ବିଣ.) - ଯେ ପୂର୍ବରୁ ଜନ୍ମି ଥାଏ; ପ୍ରଥମୋତ୍ପନ୍ନ First born; born earlier.
- ଜ୍ୟେଷ୍ଠ Elder.
- (ସଂ.ବି.) - ଜ୍ୟେଷ୍ଠ ଭ୍ରାତା; ବଡ଼ ଭାଇ Elder brother.
- ବ୍ରାହ୍ମଣ (ଚତୁର୍ବର୍ଣ୍ଣ ମଧ୍ୟରେ ବ୍ରାହ୍ମଣ ପ୍ରଥମେ ବ୍ରହ୍ମାଙ୍କ ମୁଖରୁ ଜାତ ହୋଇଥିବାରୁ) A Brāhmaṇa.
|
| 843 |
ଅଗ୍ରଜାତକ |
- Agrjaātaka (ସଂ.ବି.) - (ସୃଷ୍ଟିର ଆଦ୍ୟରେ ଜାତ ହୋଇଥିବାରୁ) ବ୍ରାହ୍ମଣ A Brāhmaṇa.
|
| 844 |
ଅଗ୍ରଜାତି |
- Agrajāti (ସଂ.ବି.) - (ଅଗ୍ର+ଜାତି=ଜନ୍ମ ଯାହାର) ବ୍ରାହ୍ମଣ A Brāhmaṇa.
|
| 845 |
ଅଗ୍ରଣୀ |
- Agraṇī (ସଂ.ବିଣ.) - ଆଗୁଆ Leading; foremost.
- ସର୍ବୋତ୍ତମ Best of all.
- ପ୍ରଥମ First.
- ଶ୍ରେଷ୍ଠ; ପ୍ରଧାନ Chief.
- ସର୍ବାପେକ୍ଷା ଦକ୍ଷ ବା ଚତୁର Most skilful of all.
- (ସଂ.ବି.) - ଅଧ୍ୟକ୍ଷ The head.
- ସେନାପତି Commander; captain.
- ନେତା; ନାୟକ Leader.
- ଦଳର ଅଧିପତି The head of a body.
- ଅଗ୍ନି Fire.
- ବିଷ୍ଣୁଙ୍କର ଗୋଟିଏ ନାମ One of the names of Bishṇu.
|