| 831 |
ଅଗ୍ନ୍ୟୁପାସନା |
- Agnyupāsanā (ସଂ.ବି.) - ଅଗ୍ନିଦେବଙ୍କ ଆରାଧନା ବା ପୂଜା Fire worship.
|
| 832 |
ଅଗ୍ର |
Also : [ ଆଗ (ଅପଭ୍ରଂଶ) ]
- Agra (ସଂ.ବି.) - (ଯାହା ପ୍ରଥମେ ଗତି କରେ ବା ଉପରକୁ ବୃଦ୍ଧି ପାଏ) - ଶିଖର; ଦଣ୍ଡାୟମାନ ହୋଇଥିବା ବସ୍ତୁର ଉଚ୍ଚତମ ଅଂଶ Top; highest point of a standing thing.
- ବୃକ୍ଷର ଉଚ୍ଚତମ ଅଂଶ Top of a tree; tip.
- ପର୍ବତର ଚୂଡ଼ା; ଶୃଙ୍ଗ Summit.
- ଶେଷ ମୁଣ୍ଡ The end; goal.
- ଉପରିସ୍ଥ ଭାଗ The upper part.
- ଆରମ୍ଭ Beginning.
- (ବିପରୀତ - ପଶ୍ଚାତ୍) ସର୍ବ ପ୍ରଥମ ସ୍ଥାନ The first place; foremost place.
- ସାମନା, ସମ୍ମୁଖ; ଆଗ Front.
- ପୂର୍ବଭାଗ The first portion.
- ଦାଢ଼; ଧାର Edge.
- ଆଗତ; ପୂର୍ବକାଳ; ଅତୀତକାଳ The past.
- (କାଳ ଅନୁସାରେ) - ପ୍ରଥମ First in point of time.
- ଏକ ପଳ ପରିମାଣ A standard of weight.
- ଅବଲମ୍ବନ; ଆଶ୍ରୟ Shelter.
- ସମୂହ Collection; multitude.
- ଅନ୍ନ ଭିକ୍ଷାର ଏକ ନିର୍ଦ୍ଦିଷ୍ଟ ପରିମାଣ A measure of food given as alms.
- (ଜ୍ୟୋତିଷ) - ସୂର୍ଯ୍ୟ ଉଦିତ ହୋଇ ଯେଉଁ ବିଶାଳ ମଣ୍ଡଳରେ ଭ୍ରମଣ କରି ଅସ୍ତ ଯାଏ The sun's amplitude.
- (ସଂ.ବିଣ.) - ଆଦ୍ୟ; ପ୍ରଥମ First; foremost.
- ପ୍ରଧାନ; ଶ୍ରେଷ୍ଠ Chief.
- ସର୍ବୋତ୍ତମ Best.
- ସର୍ବାଦୌ ପ୍ରାପ୍ୟ Falling due first.
- ଅଧିକ Excessive.
- ଅଧିକା; ବଳକା Supernumerary.
- ଅଗିଲା; ସାମନା ପାଖରେ ଅବସ୍ଥିତ Anterior; Situate in front.
|
| 833 |
ଅଗ୍ରକର |
- Agrakara (ସଂ.ବି.) - କରାଗ୍ର, ଆଙ୍ଗୁଠି Forepart of the hand; finger.
- (କର୍ମଧା) - ପ୍ରଥମ କିରଣ, କଅଁଳ ଖରା First ray.
|
| 834 |
ଅଗ୍ରକାୟ |
- Agrakāya (ସଂ.ବି.) - ପୂର୍ବକାୟ; ଶରୀରର ଆଗ ପାଖ The front or forepart of the body.
|
| 835 |
ଅଗ୍ରଗ |
- Agraga (ସଂ.ବିଣ.) - ଅଗ୍ରଗାମୀ; ଆଗଚଲା; ଯେ ସମସ୍ତଙ୍କ ଆଗରେ ଚାଲେ; ଆଗୁଆ Leading; going in front.
|