| 821 |
ଅଗ୍ନ୍ୟାଧାନ |
- Agnyādhāna (ସଂ.ବି.) - ବେଦମନ୍ତ୍ରଦ୍ୱାରା ଅଗ୍ନି ସ୍ଥାପନ The lighting of the sacrificial fire.
- ନିଆଁ ଜାଳିବା ପାତ୍ର; ଉହ୍ମେଇ Fire-pan.
- ହୋମାଗ୍ନିକୁଣ୍ଡ The receptacle in which Homa is performed.
|
| 822 |
ଅଗ୍ନ୍ୟାଳୟ |
Also : [ ଅଗ୍ନ୍ୟାଗାର ]
- Agnyāḻaya (ସଂ.ବି.) - ଯଜ୍ଞଶାଳା; ହୋମଗୃହ The room where Homa is performed.
- ଯେଉଁ ଗୃହରେ ଅଗ୍ନିହୋତ୍ରୀ ଯଜ୍ଞାଗ୍ନି ରକ୍ଷା କରନ୍ତି A room where an Agnihotrī maintains sacrificial.
- ହୋମାଗ୍ନିକୁଣ୍ଡ The receptacle in which sacrificial fire is lit.
|
| 823 |
ଅଗ୍ନ୍ୟାହିତ |
- Agnyāhita (ସଂ.ବିଣ.) - ଆହିତାଗ୍ନି; ସାଗ୍ନିକ A person who maintains the sacrificial fire at home.
|
| 824 |
ଅଗ୍ନ୍ୟାହୁତି |
- Agnyāhuti (ସଂ.ବି.) - ଦେବତାଙ୍କ ଉଦ୍ଦେଶ୍ୟରେ ଅଗ୍ନିରେ ପ୍ରଦତ୍ତ ଆହୁତି Offering of ghee into the fire in the name of a Deity.
|
| 825 |
ଅଗ୍ନ୍ୟୁତ୍ପାତ |
Also : [ ଅଗ୍ନ୍ୟୁପଦ୍ରବ ]
- Agnyutpāta (ସଂ.ବି.) - ଆକାଶରେ ପରିଦୃଷ୍ଟ ଭୌତିକ ଅଗ୍ନିକାଣ୍ଡ (ଯଥା - ଉଲ୍କାପାତ; ଧୂମକେତୁ) Natural phenomenon of fire seen in the sky (e.g. shooting star; comet).
- ଅଗ୍ନିଦ୍ୱାରା ଗୃହାଦିର ଦାହ; ନିଆଁ ଲାଗି ଘରଆଦି ପୋଡ଼ିଯିବା Burning of a house etc. by fire.
- ପୃଥିବୀ ବା ସମୁଦ୍ର ପୃଷ୍ଠରେ ପରିଦୃଷ୍ଟ ନୈସର୍ଗିକ ଅଗ୍ନିକାଣ୍ଡ Subterranean or submarine vulcanic eruptions.
[ ଦ୍ର ] ପୂର୍ବେ ଏ ପୃଥିବୀ ଅନ୍ୟାନ୍ୟ ଜ୍ୟୋତିଷ୍କମାନଙ୍କ ପରି ଜଳନ୍ତା ବାଷ୍ପମୟ ଥିଲା। କାଳକ୍ରମେ ତାହା ଶୀତଳ ହୋଇ ଘନ ପଦାର୍ଥରେ ପରିଣତ ହେଲା। ପୃଥିବୀର ପୃଷ୍ଠ ଥଣ୍ଡା ହୋଇଥିଲେ ମଧ୍ୟ ପୃଥିବୀର ଗର୍ଭ ବର୍ତ୍ତମାନ ମଧ୍ୟ ଉତ୍ତପ୍ତ ରହିଛି। ସମୟ ସମୟରେ ଭୂଗର୍ଭସ୍ଥ ଉକ୍ତ ଅଗ୍ନି ରାସାୟନିକ ସଂଯୋଗ ବା ବଳଦ୍ୱାରା ବାହାରକୁ ଆସିବାକୁ ଚେଷ୍ଟା କରିବାରୁ ଆଗ୍ନେୟ ଗିରିର ମୁଖ ବାଟେ ମହା ଭୟଙ୍କର ଅଗ୍ନ୍ୟୁତ୍ପାତ ଘଟେ ଓ ଭୂଗର୍ଭରୁ ଜଳନ୍ତା ଗଳିତ ଧାତୁ ପ୍ରସ୍ତରାଦି ବହୁ ସହସ୍ର ହସ୍ତ ଉର୍ଦ୍ଧକୁ ଉଠି ଚାରିଆଡ଼େ ବିକ୍ଷିପ୍ତ ହୁଏ।
|