| 741 |
ଅଗ୍ନିତ୍ରୟ |
- Agnitraya (ସଂ.ବି.) - ଗାର୍ହସ୍ପତ୍ୟ; ଆହବନୀୟ ଓ ଦାକ୍ଷିଣ୍ୟ ନାମକ ତିନି ଗୋଟି ଯଜ୍ଞାଗ୍ନି (ସାଗ୍ନିକମାନେ ଗୃହରେ ଏହି ତିନି ଅଗ୍ନିକୁ ରକ୍ଷା କରନ୍ତି) The three sacrificial fires maintained according to vedic rites at the home of a Sāgnika Brahmaṇa.
|
| 742 |
ଅଗ୍ନିଦ |
- Agnida (ସଂ.ବିଣ.) - ଅଗ୍ନିଦାତା; ଯେ ମୃତବ୍ୟକ୍ତିର ଶବଦାହ ସମୟରେ ଶବ ଦେହରେ ମୁଖାଗ୍ନି ସଂଯୋଗ କରେ (a person) Igniting the fire at the cremation of a deceased.
- ଘରପୋଡ଼ିଆ; ଯେ ଘରେ ନିଆଁ ଲଗାଏ Incendiary; setting fire to houses.
[ ଦ୍ର ] ଶାସ୍ତ୍ର ଅନୁସାରେ ୬ ଜଣ ଆତତାୟୀ ମଧ୍ୟରୁ ଅଗ୍ନିଦ ଏକତମ। ଆତତାୟୀକୁ ଦେଖିଲା ମାତ୍ରକେ ବିନା ବିଚାରରେ ବଧ କରିବା ଶାସ୍ତ୍ରାନୁମୋଦିତ।
|
| 743 |
ଅଗ୍ନିଦଗ୍ଧ |
- Agnidagdha (ସଂ.ବିଣ.) - ନିଆଁରେ ପୋଡ଼ା ଯାଇଥିବା Burnt by fire; fireburnt.
- ଶାସ୍ତ୍ରବିଧି ଅନୁସାରେ ଚିତାଗ୍ନିଦ୍ୱାରା ଯାହାର ଶବ ଦଗ୍ଧ କରା ଯାଇଅଛି Cremated according to due rites.
- (ସଂ.ବି.) - ପିତୃଲୋକେ; ମୃତ ପୂର୍ବପୁରୁଷଗଣ (ଏମାନଙ୍କ ଶବ ଅଗ୍ନିଦ୍ୱାରା ଦଗ୍ଧ ହୋଇ ଥିବାରୁ) One's deceased ancestors.
- ପୋଡ଼ା ଘା; ଅଗ୍ନି ଦ୍ୱାରା ଦଗ୍ଧ ବ୍ୟକ୍ତିର ଦେହରେ ହୋଇ ଥିବା କ୍ଷତ A burn; sore caused by burning.
|
| 744 |
ଅଗ୍ନିଦଗ୍ଧ ପ୍ରସ୍ତର |
Category : [ geology ]
- Agnidagdha prastara (ସଂ.ବି.) - (ଭୂ-ବିଜ୍ଞାନ) ଆଗ୍ନେୟଗିରିର ଅଗ୍ନ୍ୟୁତ୍ପାତ ଦ୍ୱାରା ଉତ୍ପନ୍ନ ପ୍ରସ୍ତର ବିଶେଷ; ଅକର୍ମଶିଳା ପଥର Vulcanic rock; stone of vulcanic origin.
|
| 745 |
ଅଗ୍ନିଦମନୀ |
Category : [ Plant ]
- Agnidamanī (ସଂ.ବି.) - ଅଙ୍କରାନ୍ତି; ଭେଜିବାଇଗଣ Solanum. Xanthocarpum (plant).
|