| 736 |
ଅଗ୍ନିଜିହ୍ବା |
- Agnijihwā (ସଂ.ବି.) - ଅଗ୍ନିଶିଖା Tongues of fire; flame.
[ ଦ୍ର ] ଅଗ୍ନିଦେବଙ୍କର ସାତଗୋଟି ଜିହ୍ୱା ଥିବାର ପୁରାଣରେ ଉଲ୍ଲେଖ ଅଛି। ଯଥା - କରାଳୀ, ଧୂମିନୀ, ଶ୍ୱେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା।
|
| 737 |
ଅଗ୍ନିଝାଲ୍ |
Category : [ Plant ]
- Agnijhāl (ପ୍ରାଦେ.) - ଜଙ୍ଗଲୀ ଗୁଳ୍ମବିଶେଷ A wild plant
[ ଦ୍ର ] ଏହା ଅଜୀର୍ଣ୍ଣ ରୋଗରେ ବିଶେଷ ଉପକାରୀ।
|
| 738 |
ଅଗ୍ନିତପ୍ତ |
- Agnitapta (ସଂ.ବିଣ.) - ନିଆଁରେ ରଖାଯାଇ ଗରମ କରାଯାଇଥିବା . Heated by fire.
- ନିଆଁ ପରି ତାତିଲା Fiery; hot as fire.
|
| 739 |
ଅଗ୍ନିତାପ |
- Agnitāp (ସଂ.ବି.) - ନିଆଁର ତାତି; ଅଗ୍ନିର ଉଷ୍ଣତା; ନିଆଁଧାସ The heat of fire.
|
| 740 |
ଅଗ୍ନିତେଜାଃ |
- Agnitejāh (ସଂ.ବିଣ.) - ଅଗ୍ନିପରି ତେଜସ୍ୱୀ Fiery; blazing or glittering like fire.
- (ସଂ.ବି.) - ହରିବଂଶୋକ୍ତ ଏକାଦଶ ମନ୍ୱନ୍ତର କାଳର ସପ୍ତର୍ଷିଙ୍କ ମଧ୍ୟରୁ ଏକତମ Name of one of the seven sages during the eleventh manwantra period.
|