Language Section

 

 

 

 

 

 

Dictionary : View_page

ID Main Word Content
626 ଅଗମୋଡ଼ା
  1. Agamoṟḍ̠ā (ଦେ.ବିଣ.) - ଯେଉଁ ବୃକ୍ଷର ଅଗକୁ ମୋଡ଼ି ତହିଁର ପ୍ରାକୃତିକ ବୃଦ୍ଧିକୁ ରହିତ କରାଯାଏ (tree) Whose top has been bruised or squeezed in order not to let it grow tall.
  2. ଯାହାର ଆଗପାଖ ମୋଡ଼ି ହୋଇ ଯାଇଥାଏ Nipped at the top
627 ଅଗମ୍ୟ
  1. Agamya  (ସଂ.ବିଣ.)  - ଗମନର ଅଯୋଗ୍ୟ; ଦୁର୍ଗମ Impassable; unapproachable.
  2. ଦୁର୍ଭେଦ୍ୟ; ଅଭେଦ୍ୟ (ବନ  Impenetrable.
  3. ଅବୋଧଗମ୍ୟ; ଅବୋଧ୍ୟ Incomprehensible; not capable of being understood; unintelligible.
  4. ଅଜ୍ଞେୟ Unknowable. 
  5. ଯେଉଁ ସ୍ଥାନକୁ ଗମନ କରିବା ଉଚିତ ନୁହେ (a place) Where one ought not to go.
  6. ଯେଉଁ ସ୍ଥାନକୁ ଯିବା ଶାସ୍ତ୍ରାଦିନିଷିଦ୍ଧ  (a place) Where one is prohibited from going.
  7.   ଯେଉଁ ପୁରୁଷକୁ ସଙ୍ଗମ କରିବା (ସ୍ତ୍ରୀ ପକ୍ଷରେ) ନିଷିଦ୍ଧ (a male) Whom a female is enjoined not to cohabit with
  • ଅଗମ୍ୟା (ସ୍ତ୍ରୀ)
628 ଅଗମ୍ୟଗମନ
  1. Agamyagamana (ସଂ.ବି.) - ନିଷିଦ୍ଧ ସ୍ଥାନକୁ ଯିବା Going to a prohibited place.
  2. (ସ୍ତ୍ରୀ ପକ୍ଷରେ) ଅଗମ୍ୟ ପୁରୁଷର ସହବାସ  (In the case of a female) Cohabitation with a male of the prohibited class
629 ଅଗମ୍ୟା
  1. Agamyā (ସଂ.ବିଣ.) - ଅଗମ୍ୟର ସ୍ତ୍ରୀଲିଙ୍ଗ Feminine of Agamya
  2. ଯେଉଁ ସ୍ତ୍ରୀକୁ କୌଣସି ପୁରୁଷ ପକ୍ଷରେ ସହବାସ କରିବା ନିଷିଦ୍ଧ  (a woman) whom a certain male should not cohabit with. 

 [ ଦ୍ର ] ହିନ୍ଦୁଶାସ୍ତ୍ରମତରେ ନିଜର ବିବାହିତା ସ୍ତ୍ରୀ ଛଡ଼ା ଅନ୍ୟ ସ୍ତ୍ରୀମାନେ ଅଗମ୍ୟା। ବିଶେଷତଃ ଗୁରୁପତ୍ନୀ, ରାଜପତ୍ନୀ, ଶ୍ରୋତ୍ରୀୟପତ୍ନୀ, ବନ୍ଧୁପତ୍ନୀ, ଭଗିନୀ ଓ ଭଗିନୀସ୍ଥାନୀୟା; କନ୍ୟା ଓ କନ୍ୟାସ୍ଥାନୀୟା, ସଗୋତ୍ରା, ଉଚ୍ଚତରବର୍ଣ୍ଣା, କୁମାରୀ, ଅନ୍ତ୍ୟଜା, ରଜସ୍ୱଳା, ଶରଣାଗତା, ତପସ୍ୱିନୀ ଓ ନ୍ୟାସୀକୃତା ସ୍ତ୍ରୀମାନେ ଅଗମ୍ୟା। ଏମାନଙ୍କୁ ସହବାସ କଲେ ପୁରୁଷର ମହାପାତକ, ଅତିପାତକ ଓ ଅନୁପାତକ  ହେବା ଶାସ୍ତ୍ରବିଦିତ।

630 ଅଗମ୍ୟାଗମନ
  1. Agamyāgamana (ସଂ.ବି.) - ଅଗମ୍ୟା ସ୍ତ୍ରୀ ସଙ୍ଗେ ସହବାସ Cohabitation with a woman of the prohibited class. 
Page 126 of 605



expoodisha.com

 

Other Dictionary