| 621 |
ଅଗମତା |
- Agamatā (ସଂ.ବି.) - ମାନନୀୟ ବ୍ୟକ୍ତିର ଅବମାନନା; ପୂଜ୍ୟପୂଜା ବ୍ୟତିକ୍ରମ Disregard or slight shown to a respectable person.
- ଅସମ୍ମାନ; ଅମର୍ଯ୍ୟାଦା Disrespect.
- ଅପମାନ Insult.
|
| 622 |
ଅଗମନୀୟ |
Also : [ ଅଗମ୍ୟ ]
- Agamanīya (ସଂ. ବିଣ.) - ଗମନର ଅଯୋଗ୍ୟ; ଦୁର୍ଗମ Impassable; unapproachable.
- ଦୁର୍ଭେଦ୍ୟ; ଅଭେଦ୍ୟ (ଯଥା -ବନ) Impenetrable.
- ଅବୋଧଗମ୍ୟ; ଅବୋଧ୍ୟ Incomprehensible; not capable of being understood; unintelligible.
- ଅଜ୍ଞେୟ Unknowable.
- ଯେଉଁ ସ୍ଥାନକୁ ଗମନ କରିବା ଉଚିତ ନୁହେ (a place) Where one ought not to go.
- ଯେଉଁ ସ୍ଥାନକୁ ଯିବା ଶାସ୍ତ୍ରାଦିନିଷିଦ୍ଧ (a place) Where one is prohibited from going.
- ଯେଉଁ ପୁରୁଷକୁ ସଙ୍ଗମ କରିବା (ସ୍ତ୍ରୀ ପକ୍ଷରେ) ନିଷିଦ୍ଧ (a male) Whom a female is enjoined not to cohabit with.
|
| 623 |
ଅଗମଳା |
- Agamaḻā (ଦେ.ବିଣ.) - ଯେଉଁ ଧାନ ହଳାକୁ ବେଙ୍ଗଳା ନ ପକାଇ କେଣ୍ଡାର ଅଗକୁ ଗୋଡ଼ରେ ମଳି ଧାନ ବାହାର କରାଯାଏ (paddy sheaf) Which has been trodden upon by the feet and paddy grains separated thereby.
- (ଦେ.ବି.) - ଗୋଡ଼ରେ ଅଗ ମଳାଯାଇ ଧାନ ବାହାର କରି ନିଆ ଯାଇଥିବା ଶସ୍ୟହୀନ ଖୁଣ୍ଟା ନଡ଼ା Straw from which paddy has been separaed by threading with the feet.
- ବେଙ୍ଗଳା ନ ପକାଇ ଧାନ ହଳାକୁ ଗୋଡ଼ରେ ମଳି ତହିଁରୁ ଧାନ ପୃଥକ୍ କରିବା କର୍ମ The operation of threading upon the paddy sheaf to separate the grains.
|
| 624 |
ଅଗମିତ |
- Agamita (ଦେ.ବିଣ.) - ଅଗମ୍ୟ; ଯେଉଁଠାକୁ କେହି ଯାଇ ପାରନ୍ତି ନାହିଁ Unapproachable; inaccessible.
- (ସଂ. ବିଣ.) - ଗମନର ଅଯୋଗ୍ୟ; ଦୁର୍ଗମ Impassable; unapproachable.
- ଦୁର୍ଭେଦ୍ୟ; ଅଭେଦ୍ୟ (ଯଥା -ବନ) Impenetrable.
- ଅବୋଧଗମ୍ୟ; ଅବୋଧ୍ୟ Incomprehensible; not capable of being understood; unintelligible.
- ଅଜ୍ଞେୟ Unknowable.
- ଯେଉଁ ସ୍ଥାନକୁ ଗମନ କରିବା ଉଚିତ ନୁହେ (a place) Where one ought not to go.
- ଯେଉଁ ସ୍ଥାନକୁ ଯିବା ଶାସ୍ତ୍ରାଦିନିଷିଦ୍ଧ (a place) Where one is prohibited from going.
|
| 625 |
ଅଗମୂଳ |
- Agamūḻa (ଦେ.ବି.) - କୌଣସି ବସ୍ତୁର ଅଗ୍ରଭାଗ ଓ ମୂଳଭାଗ Top and root; head and tail.
- ଶେଷ ଓ ଆଦ୍ୟଭାଗ Beginning and end.
- ଧାରାବାହିକତା Sequence.
- ଅଗ୍ରରେ ସ୍ଥିତ ଓ ମୂଳରେ ସ୍ଥିତ Situated at the top and at the base
|