Language Section

 

 

 

 

 

 

Dictionary : View_page

ID Main Word Content
616 ଅଗନି

Also : [ ଅଗ୍ନି, ନିଆଁ

  1. Agani (ଗ୍ରା.) - ପ୍ରାଚୀନ ପଦ୍ୟ  ଅଗ୍ନି; ନିଆଁ  Fire.
617 ଅଗନ୍ତବ୍ୟ
  1. Agantabya  (ସଂ.ବିଣ.) - ଗମନର ଅଯୋଗ୍ୟ; ଯହିଁରେ ଗମନ କରି ହୁଏ ନାହିଁ   Impassable.
  2. ଯେଉଁଠାକୁ ଗମନ କରିବା ଅନୁଚିତ (ସ୍ଥାନ) (a place) Where one ought not to go. 
  3. ଯେଉଁ ବ୍ୟକ୍ତିର ସହବାସ କରିବା ନିଷିଦ୍ଧ (a person) With whom a person is prohibited from having cohabitation.
  4. ଯେଉଁ ତିଥିରେ କୌଣସି ଶୁଭ କାର୍ଯ୍ୟପାଇଁ ଅନୁକୂଳ କରିବା ଜ୍ୟୋତିଷଶାସ୍ତ୍ରରେ ନିଷିଦ୍ଧ (a day) Which is inauspicious according to astrology for starting on a mission.
  • ଅଗନ୍ତବ୍ୟା (ସ୍ତ୍ରୀ)
618 ଅଗନ୍ତବ୍ୟ ତିଥି
  1. Agantabya tithi (ସଂ.ବି.) - ଜ୍ୟୋତିଷ ମତରେ ଯେଉଁ ତିଥିରେ ଶୁଭ କାର୍ଯ୍ୟପାଇଁ ଅନୁକୂଳ ନିଷିଦ୍ଧ A day which is astrologically inauspicious for starting on a mission. 

(ତ୍ର୍ୟହସ୍ପର୍ଶ ତିଥି, ବିଷ୍ଟି, ବ୍ୟତିପାତ, ବୈଧୃତି ଯୋଗ ଯୁକ୍ତ ତିଥି, ଉତ୍ପାତନକ୍ଷତ୍ରଯୁକ୍ତ ତିଥି; ଗ୍ରହଣସପ୍ତାହ ଇତ୍ୟାଦିରେ ଅନୁକୂଳ ନିଷିଦ୍ଧ ଅଟେ)

619 ଅଗଭଙ୍ଗା
  1. Agabhaṅgā (ଦେ.ବିଣ.) - ଯାହାର ଅଗ୍ର ଭଗ୍ନ କରାଯାଇଅଛି (ବୃକ୍ଷ) Having the tips broken. 
  2. ଯାହାର ଅଗ ବା ଶିଖର ଭଗ୍ନ ହୋଇଅଛି With a broken top. 
  3. ଯେଉଁ ବ୍ୟକ୍ତି କୌଣସି ଆରବ୍ଧ କର୍ମ ବା ପ୍ରସ୍ତାବକୁ ପ୍ରଥମରୁ ଭାଙ୍ଗି ଦିଏ  A person who breaks up a work or proposal at the outset.
  4. ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟକୁ ଆରମ୍ଭ କରି ଶେଷ ହେବା ବେଳକୁ ନିରୁତ୍ସାହ ହୋଇ ବନ୍ଦ କରି ଦିଏ ବା ବିଗାଡ଼ି ଦିଏ A person who begins a work with right earnest but breaks it off before it is finished
  • ଅଗଭଙ୍ଗେଈ (ସ୍ତ୍ରୀ)
620 ଅଗମ
  1. Agama (ସଂ.ବି.) - ଯାହାର ଗମନ ବା ଗତି ନାହିଁ  ପର୍ବତ Mountain. 
  2. ଗଛ Tree. 
  3. (ସଂ.ବିଣ.) - ସ୍ଥିର; ଗତିହୀନ Motionless. 
  4. ସ୍ଥାବର Immovable.
  • ଅଗମା (ସ୍ତ୍ରୀ)
Page 124 of 605



expoodisha.com

 

Other Dictionary