Language Section

 

 

 

 

 

 

Dictionary : View_page

ID Main Word Content
546 ଅଖା
  1. Akhā (ଦେ.ବି.) -   ପାଲ, ଝୋଟ ବା ଛଣପଟ ନିର୍ମିତ ବସ୍ତ୍ର ବା ଆସ୍ତରଣ Sackcloth; gunny; tarpaulin.
  2. ବସ୍ତା; ଝୋଟନିର୍ମିତ ବସ୍ତୁର ବଡ଼ ଥଳି; ବୋରା Gunnybag.
547 ଅଖାଈ
  1. Akhāī (ଦେ.ବିଣ.) ଅଖିଆର ସ୍ତ୍ରୀଲିଙ୍ଗ; ଯେ ଖାଇ ନାହିଁ Feminine of Akhiā one who has not yet taken her meals 
  2. ଯେଉଁ ସ୍ତ୍ରୀ ଅଳ୍ପାହାର କରେ (a woman) Eating very little.
  3. (ବ୍ୟଙ୍ଗ) - ବହ୍ୱାହାରକାରିଣୀ; ପେଟୁ (Ironieal) Gluttonous, greedy (woman). 
  4. (ଦେ.ବି.) - ସ୍ତ୍ରୀ. (ବ୍ୟଙ୍ଗ) ବହ୍ୱାହାରକାରିଣୀ ସ୍ତ୍ରୀ। (Ironical) A gluttonous woman.
     
  • [ ଢଗ ] ଅଖାଈ କରିଛି ଓଷା, ଡୋଲିକ ଚାଉଳ ଓଳିକେ ଖାଇଲା, ଦାନ୍ତ ଅଛି ଦରଘଷା
548 ଅଖାଈ ନାନୀ
  1. Akhāī nānī (ଦେ.ବି.) -   (ବ୍ୟଙ୍ଗ) ବହ୍ୱାହାରକାରିଣୀ ସ୍ତ୍ରୀ  (Ironical) Gluttonous woman.
  2. ଯେଉଁ ସ୍ତ୍ରୀ ଗୋପନରେ ପୂର୍ଣ୍ଣ ଭୋଜନ କରି, କିଛି ଖାଇ ନାହିଁ ବୋଲି ବାହାରେ ଦେଖାଇ ହୁଏ  (Ironical) A woman who after having her fill pretends that she has not had her meal. 
  • [ ଢଗ ] ଅଖାଈ ନାନୀ ସରୁକାଟେଣୀ, ବସି ଥାଇ ଚୁଲି ମୁଣ୍ଡେ; ଘଇତାପାଖରେ ଶକେଇ ହୁଏ, ମୁଁ କିଛି ଦେଇ ନାହିଁ ତୁଣ୍ଡେ।
549 ଅଖାଇଲା
  1. Akhāilā (ଦେ.ବିଣ.) - ଯେ କେବେ ଉଦର ପୂର୍ଣ୍ଣ କରି ଖାଇବାକୁ ପାଇନାହିଁ (a person) Who has never had a bellyful of meal. 
  2. ଅଖିଆ; ଯେ ଖାଇ ନାହିଁ Unfed.
  3. ଯେ ଭଲ ଖାଦ୍ୟ ଦ୍ରବ୍ୟ ଖାଇବାକୁ ପାଏ ନାହିଁ  (a person) Who has got no dainties to eat.
550 ଅଖାଉ
  1. Akhāu  (ଦେ.ବିଣ.) - ଯେଉଁ ଲୋକ ଖାଇବାକୁ ପାଏ ନାହିଁ ବୋଲି ଖାଏ ନାହିଁ  (a person) Who gets nothing to eat.
Page 110 of 605



expoodisha.com

 

Other Dictionary