| 536 |
କକ |
କକ
|
| 537 |
ଅଖଣ୍ଡିତ ପତ୍ର |
Category : [ Botany ]
- Akhaṇḍita patra (ସଂ.ବି.) - ଯେଉଁ ପତ୍ରର ଚାରି ପାଖ ଗୋଲ ହୋଇ ବୁଲି ଥାଏ; ଯେଉଁ ପତ୍ରର ଦାଢ଼ ଖଣ୍ଡିଆ ନୁହେଁ; ଯେଉଁ ପତ୍ରର ଧଡ଼ି ଡେମ୍ଫ ପାଖରେ ଭିତରକୁ ପଶିଯାଇ ନଥାଏ; (ଯଥା—ଆମ୍ବ, ପଣସ, ଗୋଲାପ, ଡିମ୍ବିରି) A leaf which is not grooved at the edges; a leaf having circular edge.
- (ସଂ.ବିଣ.) - ଯେଉଁ ବୃକ୍ଷ ଲତାଦିର ପତ୍ରର ଦାଢ଼ ଖଣ୍ଡିଆ ନୁହେ। (Botany) Trees and creepers having round or oval leaves.
|
| 538 |
ଅଖଣ୍ଡିତବାହୁ |
- Akhaṇḍita bāhu (ସଂ.ବିଣ.) - ଯେଉଁ କ୍ଷେତ୍ରର ବାହୁ ବିଭକ୍ତ ବା ଖଣ୍ଡିଆ ନୁହେ (a figure) Of which the sides are not broken; regular (figure).
|
| 539 |
ଅଖଣ୍ଡ୍ୟ |
Also : [ ଅଖଣ୍ଡନୀୟ ]
- Akhaṇḍya (ସଂ.ବିଣ.) - ଯାହା ଭଙ୍ଗା ଯାଇ ନ ପାରେ; ଅବିଭାଜ୍ୟ Unbreakable; infragible.
- ଅକାଟ୍ୟ; ଯାହାକୁ ଯୁକ୍ତି ଦ୍ୱାରା ଖଣ୍ଡନ କରାଯାଇ ନପାରେ Irrefutable.
- ଅପରିବର୍ତ୍ତନୀୟ Unchangeable.
- ଯାହା ଅନ୍ଯଥା କରା ଯାଇ ନପାରେ Which cannot be made otherwise.
- ଅଲଙ୍ଘନୀୟ Unavoidable.
|
| 540 |
ଅଖ ଧରିବା |
Also : [ ଅଖ ତୁଳିବା, ଅଖ ତୋଳିବା, ଅଖ ପାରିବା ]
- Akha dharibā (ପ୍ରାଦେ. କ୍ରି.) - ଅଖ ପାଇଁ କାଠ ଆଣି ତାକୁ ହାଣି ଓ ତଞ୍ଛାତଞ୍ଛି କରି ଚକରେ ଲାଗିଲା ଭଳି କରିବା; ଅଖ ଗଢ଼ିବା To cut and plane a piece of wood into the required shape for an axle tree.
- (ଦେ.କ୍ରି) - କୌଣସି ବଦ ଅଭ୍ୟାସର ବଶବର୍ତ୍ତୀ ହେବା To acquire a bad habit.
- ଛଳନା କରିବା To put forth an excuse.
|