| 541 |
ଅଖ ପିନ୍ଧାଇବା |
Also : [ ଅଖ ସହି କରିବା ]
- Akha pindhāibā (ଦେ.କ୍ରି.) - ତଞ୍ଛାତଞ୍ଛି ହୋଇ ପ୍ରସ୍ତୁତ ହୋଇଥିବା ଅଖକୁ ଶଗଡ଼ର ଦୁଇ ଚକରେ ପୂରାଇବା To fit a prepared axletree into the navels of the wheels.
|
| 542 |
ଅଖବା |
- Akhabā (ଦେ.ବିଣ.) - ଅଖୋବା; ଅସଭ୍ୟ Boorish; uncivilized.
- ହିତାହିତ ଜ୍ଞାନଶୂନ୍ୟ Foolhardy.
- ଅଭଦ୍ର Uncivil; unmannered; rude.
- ଅଖାଡ଼ୁଆ Reckless; rash.
- ଅମାର୍ଜିତ Unrefined.
|
| 543 |
ଅଖରକା |
- Akharakā (ଗ୍ରା.ବିଣ.) - ଛାଞ୍ଚୁଣି ବା ଝାଡ଼ୁଦ୍ୱାରା ଖରକା (ପହଁରା) ହୋଇନଥିବା ସ୍ଥାନ, ଅମାର୍ଜିତ ସ୍ଥାନ Unswept place.
|
| 544 |
ଅଖରଚୀ |
- Akharachī (ଦେ.ବିଣ.) - ଯେଉଁ ବ୍ୟକ୍ତିଠାରେ ଖରଚ ପାଇଁ ଅର୍ଥ ନାହିଁ Having no money to spend; pocketless.
- ଯେ ବ୍ୟୟଶୀଳ ନୁହେଁ; କୃପଣ Unspending; miserly.
|
| 545 |
ଅଖଳ |
Also : [ ଅଖଳିଆ ]
- Akhaḻa (ସଂ.ବିଣ.) - ସରଳହୃହୟ; ନିର୍ମଳହୃଦୟ Frank.
- ଉତ୍ତମପ୍ରକୃତି Good natured.
- ଯେ କ୍ରୂରସ୍ୱଭାବ ନୁହେNot of a cruel nature
- (ଅଖଳା, ଅଖଳୀ, ଅଖଳେଈ - ସ୍ତ୍ରୀ)
|