| 556 |
ଅଖାତରିଆ |
- Akhatariā (ଦେ.ବିଣ.) - ଯେ କାହାରିକୁ ଖାତର ବା ପସନ୍ଦ କରେନାହିଁ Not caring any one.
- ଗୁରୁଜନାଦି ମାନ୍ୟ ବ୍ୟକ୍ତିଙ୍କୁ ଯେ ସମ୍ମାନ ଦେଖାଏ ନାହିଁ Not showing respect to one's elders.
- ଅମର୍ଯ୍ୟାଦ; ସମ୍ମାନରହିତ Disrespectful.
- ଅପମାନିତ Insulted; slighted.
|
| 557 |
ଅଖାଦ |
- Akhāda (ଦେ.ବିଣ.) - ଯେଉଁ ଅଳଙ୍କାର ଆଦିରେ ଖାଦ ବା ନିକୃଷ୍ଟ ଧାତୁ ମିଶି ନାହିଁ Unalloyed.
- ବିଶୁଦ୍ଧ Pure.
- ଅମିଶ୍ରିତ Unmixed; unadulterated.
|
| 558 |
ଅଖାଦ୍ୟ |
- Akhādya (ସଂ.ବିଣ.) - ଅଭୋଜ୍ୟ; ଭୋଜନର ଅନୁପଯୁକ୍ତ Uneatable; unfit for consumption.
- ଅଭକ୍ଷ୍ୟ; ଯାହା ଖାଇବା ଶାସ୍ତ୍ରରେ ନିଷିଦ୍ଧ Prohibited (food).
- ଅସ୍ୱାସ୍ଥ୍ୟକର (ଖାଦ୍ୟ) Unwholesome (food).
- (ଦେ.ବି.) - ଅସ୍ୱାସ୍ଥ୍ୟକର ଖାଦ୍ୟ Unwholesome food.
- ନିଷିଦ୍ଧ ଖାଦ୍ୟ ଦ୍ରବ୍ୟ Prohibited food.
- ଭୋଜନର ଅଯୋଗ୍ୟ ବସ୍ତୁ Anything unfit for consumption
|
| 559 |
ଅଖାପଟ |
- Akhāpata (ଦେ.ବି.) -ଅଖାର ବଡ଼ ମୁଣି; ବସ୍ତା Gunny bag.
|
| 560 |
ଅଖାପାଲ |
- Akhāpāla (ଦେ.ବି.) - ଅଖାର ତିଆରି ବଡ଼ ବସ୍ତ୍ର Sackcloth.
|