| 476 |
ଅକ୍ଷାରଲବଣ |
- Akshāralabaṇa (ସଂ.ବି.) - (ଯେଉଁ ଲୁଣ ଖାରୀ ଭୂଇଁରୁ ପଟୁ ପଡ଼ିବା ପ୍ରକାରେ ଉତ୍ପନ୍ନ ନ ହୋଇ ସମୁଦ୍ର ବା ପର୍ବତାଦିରୁ ଜନ୍ମେ।) ସିନ୍ଧୁଦେଶର ପର୍ବତଜାତ ଲବଣବିଶେଷ Rock salt.
- (ବୈଦ୍ୟକ) ସାମୁଦ୍ର ଲବଣ Sea-Salt.
- ଅଶୌଚ ପାଳିବା ବ୍ୟକ୍ତିର ବ୍ୟବହାର୍ଯ୍ୟ ହବିଷ୍ୟ ସାମଗ୍ରୀ (ଯଥା—ଗୁଆଘିଅ, ଦୁଧ, ଅରୁଆଚାଉଳ, ମୁଗ, ରାଶି, ଯବ ଓ ସୈନ୍ଧବ ବା କରକଚ ଲବଣ) The prescribed dietary for persons who observe Habishya.
|
| 477 |
ଅକ୍ଷି |
- Akshi (ସଂ.ବି.) - ଚକ୍ଷୁ; ନେତ୍ର; ଆଖି The eye.
|
| 478 |
ଅକ୍ଷିକ |
Also : [ ଆଚ୍ଛକ, ରଞ୍ଜନଦ୍ରୁ, ପକ୍ଷୀକ, ଆକ୍ଷୀକ ]
Similar : [ ଅକ୍ଷୀକ ]
- Akshika (ସଂ.ବି.) - ଛାଲରୁ ସୂତାରେ ରଙ୍ଗ ଦିଆଯିବା ବୃକ୍ଷବିଶେଷ (ଆଛୁଗଛ) A tree from the barks of which a colouring matter for thread is obtained. Morinda Tomentosa; Morinda Agastifolia. (Haines)
|
| 479 |
ଅକ୍ଷିକାଚ |
- Akshikācha (ସଂ.ବି.) - କେନ୍ଦ୍ରସ୍ଥଳ ମୋଟା ବା ସରୁ ହୋଇ ଗଢ଼ା ହୋଇ ଥିବା ଗୋଲାକାର କାଚ ଖଣ୍ଡ; ଦୃଷ୍ଟିକାଚ Lens.
[ ଦ୍ର ] ଏହି କାଚର ମଧ୍ୟ ଦେଇ ଦେଖିଲେ ବସ୍ତୁମାନ ବଡ଼ ବା ସାନ ଦେଖାଯାଏ ଏବଂ ଦୂରସ୍ଥ ବସ୍ତୁ ନିକଟରେ ଓ ନିକଟସ୍ଥ ବସ୍ତୁ ଦୂରରେ ଥିଲା ପରି ଦେଖାଯାଏ। ସୂର୍ଯ୍ୟକିରଣ ଏହାର ମଧ୍ୟ ଦେଇ ଆସିଲେ କେନ୍ଦ୍ରୀଭୂତ ବା ବିସ୍ତାରିତ ହୋଇଯାଏ। ଅଣୁବୀକ୍ଷଣ ଓ ଦୂରବୀକ୍ଷଣାଦି ଯନ୍ତ୍ରରେ ଏହି କାଚ ଲାଗେ।
|
| 480 |
ଅକ୍ଷିକୂଟକ |
- Akshikūtaka (ସଂ.ବି.) - ଚକ୍ଷୁର କଳା ଡୋଳା; ଆଖିର ପିତୁଳା; ଚକ୍ଷୁର ତାରା The pupil of the eye.
|