| 481 |
ଅକ୍ଷିଗତ |
- Akshigata (ସଂ.ବିଣ.) - ନୟନଗୋଚର Visible.
- (ଯାହା ଆଖି ଭିତରକୁ ପଶିଗଲା ପରି ବ୍ଯଥା ଦିଏ; ଅର୍ଥାତ୍ ଯାହାକୁ ଦେଖିଲେ ଭାରି କଷ୍ଟ ହୁଏ।) ବୈରାସ୍ପଦ; ଘୃଣ୍ୟ Much disliked; eyesore; hateful.
- ନୟନର ଅପ୍ରୀତିକର Unpleasant to the eye.
|
| 482 |
ଅକ୍ଷିଗୋଳକ |
Also : [ ଅକ୍ଷିଗୋଳ ]
- Akshigoḻaka (ସଂ ବି.) - ଆଖିର କଳାଡୋଳା The pupil of the eye; eyeball.
|
| 483 |
ଅକ୍ଷିତୃତୀୟା |
Also : [ ଅକ୍ଷୟ ତୃତୀୟା, ଅଖିତୃତୀୟା ]
- Akshitrutīyā (ସଂ.ବି.) - (ମଧ୍ୟପଦଲୋପୀ କର୍ମଧା; ଅକ୍ଷୟପୁଣ୍ୟଯୁକ୍ତା ତୃତୀୟା; ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ।) ବୈଶାଖ ଶୁକ୍ଳତୃତୀୟା; ଅଖିତୃତୀୟା The third day of the bright fortnight of the month of Ba̲i̱ṡākha.
|
| 484 |
ଅକ୍ଷିପଟ |
- Akshipaṭa (ସଂ.ବି.) - ଆଖିର ପୁଅ; କଳା ଡୋଳାର ପଛରେ ଥିବା ଅତି ସୂକ୍ଷ୍ମ ଝିଲ୍ଲୀ ବା ପରଦା (ଏଥିରେ ସମ୍ମୁଖୀନ ବସ୍ତୁର ପ୍ରତିବିମ୍ବ ପଡ଼ିବାରୁ ଉକ୍ତ ବସ୍ତୁ ଦେଖାପଡ଼େ।) Retina.
|
| 485 |
ଅକ୍ଷିବ |
- Akshiba (ସଂ.ବି.) - ସମୁଦ୍ରଲବଣ Seasalt.
- ଶଜନା (ଗଛ) The drumstick plant
|