| 4536 |
ଅପ୍ରାକରଣିକ |
- Aprākaraṇika (ସଂ.ବିଣ.) - ଅପ୍ରାସଙ୍ଗିକ; ଆଲୋଚିତ ବିଷୟ ସଙ୍ଗେ ସମ୍ବନ୍ଧ ହୀନ Irrelevant; impertinent; not to the point.
- ଅପ୍ରସ୍ତାବିତ Not proposed.
- ପ୍ରସ୍ତାବର ବହିର୍ଭୂତ Beyond the limit of a proposal.
|
| 4537 |
ଅପ୍ରାକୃତ |
- Aprākṛuta (ସଂ.ବିଣ.) - ଅସାଧାରଣ; ଅସମାନ୍ୟ Uncommon; extraordinary.
- ଅସ୍ୱାଭାବିକ; ଅନୈସର୍ଗିକ Unnatural; artificial.
- ଯାହା ସାଧାରଣ କଥିତ ଭାଷାର ଅନ୍ତର୍ଗତ ନୁହେଁ Not appertaining to the spoken language or vernacular.
- ଅପ୍ରକୃତ; ଅବାସ୍ତବ Unreal; not actual.
|
| 4538 |
ଅପ୍ରାକୃତିକ |
- Aprākṛutika (ସଂ.ବିଣ.) - ଅସ୍ୱାଭାବିକ Unnatural.
- ଯାହା ପ୍ରକୃତିର ନିୟମ ବା ସହଜ ଗତି ବିରୋଧୀ Contrary to the laws of nature or the natural course of events.
- ମନୁଷ୍ୟକୃତ ବା ଯାହା ପ୍ରାକୃତିକ ଭାବେ ସୃଷ୍ଟି ହୋଇନାହିଁ Man-made, or not naturally created.
- ସାଧାରଣ ନିୟମ ବା ବ୍ୟବହାରଠାରୁ ଭିନ୍ନ Different from the usual rule or practice.
|
| 4539 |
ଅପ୍ରାକୃତିକ ସହବାସ |
- Aprākṛutika sahabāsa (ସଂ.ବି.) - ଗୁହ୍ୟଦ୍ୱାର ବା ମୁଖବିବର ବା ପଶ୍ୱାଦି ଯୋନିରେ ସହବାସ ଆଦି ଅସ୍ୱାଭାବିକ ଉପାୟରେ କାମପ୍ରବୃତ୍ତି ଚରିତାର୍ଥକରଣ Unnatural offence; sodomy.
[ ଦ୍ର ] ଏହା ଭାରତୀୟ ଦଣ୍ଡବିଧି ଆଇନର ବିଧାନ (377 ଦଫା) ଅନୁସାରେ ଗୋଟିଏ ଗୁରୁତର ଅପରାଧ ଓ ଏଥିପାଇଁ ଦଣ୍ଡ ମଧ୍ୟ ଗୁରୁତର।]
|
| 4540 |
ଅପ୍ରାଗ୍ର୍ୟ |
- Aprāgrya (ସଂ.ବିଣ.) - ଅପ୍ରଧାନ; ଗୌଣଜSecondary.
|