| 4526 |
ଅପ୍ରସିଦ୍ଧ |
- Aprasiddha (ସଂ.ବିଣ.) - ଯେ ବା ଯାହା ବିଖ୍ଯାତ ନୁହେଁ Uncelebrated.
- ଅପ୍ରତିଷ୍ଠିତ Not established.
- ଅସାଧାରଣ Unusual; uncommon.
- ସାଧାରଣତଃ ଜଣା ନ ଥିବା Not generally known.
- ଅସିଦ୍ଧ; ଅନିଷ୍ପନ୍ନ Unaccomplished.
- ଅପ୍ରମାଣିତ Not proved
- ଅମୂଳକ Baseless.
- ଅପ୍ରଚଳିତ Not current; obsolete; not in vogue. (ଯଥା -ଅପ୍ରସିଦ୍ଧ ପଦ)
|
| 4527 |
ଅପ୍ରସିଦ୍ଧି |
- Aprasiddhi (ସଂ.ବି.) - ପ୍ରସିଦ୍ଧି ବା ଯଶର ଅଭାବ Absence of renown.
- ମନ୍ଦଯଶଃ Notoriety.
|
| 4528 |
ଅପ୍ରସୂତା |
- Aprasūtā (ସଂ.ବି.) - ବନ୍ଧ୍ୟା ସ୍ତ୍ରୀ A barren woman.
- ବାଞ୍ଝ barren
- ପ୍ରତିଶବ୍ଦ: ବନ୍ଧ୍ୟା, ଅଫଳା, ବାଞ୍ଝ
- ଲୋକୋକ୍ତି: ଓଡ଼ିଆରେ ଏକ ପ୍ରସିଦ୍ଧ ପ୍ରବାଦ ଅଛି - "ବାଞ୍ଝ କି ଜାଣିବ ପ୍ରସବ ବେଦନା", ଯାହାର ଅର୍ଥ ହେଉଛି ଯିଏ ନିଜେ କଷ୍ଟ ଅନୁଭବ କରିନାହିଁ, ସେ ଅନ୍ୟର ଦୁଃଖ ବୁଝିପାରିବ ନାହିଁ ।
|
| 4529 |
ଅପ୍ରସ୍ତାବ |
- Aprastāba (ସଂ.ବି.) - ପ୍ରସ୍ତାବ ବା ପ୍ରାର୍ଥନାର ଅଭାବ Non-proposal.
- ମନ୍ଦ ପ୍ରସ୍ତାବ Bad proposal.
- (ସଂ.ବିଣ.) - ଯାହା ପସ୍ତାବିତ ବା ପ୍ରାର୍ଥିତ ହୋଇ ନାହିଁ Not prayed for.
|
| 4530 |
ଅପ୍ରସ୍ତାବ ପ୍ରତିଗ୍ରହ |
- Aprastāba pratigraha (ସଂ.ବି.) - ବିନା ପ୍ରାର୍ଥନାରେ ଅନ୍ୟ ବ୍ୟକ୍ତିଠାରୁ କୌଣସି ପଦାର୍ଥର ପ୍ରାପ୍ତି ବା ଗ୍ରହଣ Getting a thing without the asking.
|