Language Section

 

 

 

 

 

 

Dictionary : View_page

ID Main Word Content
4481 ଅପ୍ରତୀତ
  1. Apratīta (ସଂ.ବିଣ.) - ଯାହା ବିଶ୍ୱାସ କରାଯାଇ ନାହିଁ  Not relied on; not trusted.
  2. (ଅଦୃଶ୍ୟ ବା ଅପ୍ରକାଶିତ) ଯାହା ସାମ୍ନାକୁ ଆସିନାହିଁ ବା ଦେଖାଯାଉ ନାହିଁ Invisible or undisclosed: That which has not come to light or is not visible.
  3. (ଅବିଶ୍ୱାସ୍ୟ) ଯାହାକୁ ସହଜରେ ବିଶ୍ୱାସ କରାଯାଇପାରେ ନାହିଁ (ଯାହାର ପ୍ରତୀତି ବା ବିଶ୍ୱାସ ହେଉନାହିଁ) Unbelievable: That which cannot be easily believed (or that which defies belief).
  4. (ଅପ୍ରସିଦ୍ଧ) ଯାହା ଲୋକଲୋଚନକୁ ଆସିନାହିଁ ବା ପ୍ରସିଦ୍ଧି ଲାଭ କରିନାହିଁ Obscure or unknown: That which has not come to public attention or gained fame.



 

4482 ଅପ୍ରତୀତତା
  1. Apratītatā (ସଂ.ବି.) -  (ଅଳଙ୍କାର ଶାସ୍ତ୍ର) ରଚନାର ଦୋଷ ବିଶେଷ  (Rhetoric) A defect in composition.

 [ ଦ୍ର-୧ ]  କୌଣସି ବିଶେଷ ଶାସ୍ତ୍ରରେ ପ୍ରଯୁକ୍ତ ଶବ୍ଦକୁ ଯେବେ ଅନ୍ୟ ଶାସ୍ତ୍ର ବା ଗ୍ରନ୍ଥରେ ପ୍ରୟୋଗ କରାଯାଏ ତେବେ ତାହାକୁ ଅପ୍ରତୀତତା କହନ୍ତି। [ଅଳଙ୍କାରତରଙ୍ଗିଣୀ - କୁଳମଣି]

 [ ଦ୍ର-୨ ]  ଅଳଙ୍କାର ବୋଧୋଦୟ ପୁସ୍ତକ ଅନୁସାରେ, ଯଦି କବିତାରେ ସାଧାରଣ ଗଉଡ଼ ବା ଗୋପାଳର ଶୋଇବା ପାଇଁ 'ପହୁଡ଼' ଶବ୍ଦର ପ୍ରୟୋଗ କରାଯାଏ, ତେବେ ସେଠାରେ ଅପ୍ରତୀତତ୍ୱ ଦୋଷ ଘଟେ । କାରଣ 'ପହୁଡ଼' ଶବ୍ଦଟି କେବଳ ଦେବଦେବୀ କିମ୍ବା ବଡ଼ଲୋକଙ୍କ ନିଦ୍ରା ସମୟ ପାଇଁ ହିଁ ଲୋକମାନଙ୍କ ମଧ୍ୟରେ ପ୍ରତୀତ (ପରିଚିତ), ସାଧାରଣ ବ୍ୟକ୍ତିଙ୍କ ପାଇଁ ଏହା ଅପ୍ରତୀତ ।

4483 ଅପ୍ରତୀତି
  1. Apratīti (ସଂ.ବି.) - ଅବିଶ୍ୱାସ; ବିଶ୍ୱାସର ଅଭାବ; ଅନାସ୍ଥା Want of trust or reliance; incredulity; disbelief.
  2. ସନ୍ଦେହ Doubt.
  3. ମନରେ ଦୃଢ଼ ଧାରଣାର ଅଭାବ Lack of a distinct notion.
4484 ଅପ୍ରତୀପ
  1. Apratīpa (ସଂ.ବିଣ.) - ଯେ ଜିଦିଖୋର୍ ନୁହେଁ Not obstinate.
  2. ପରସ୍ପର ବିରୋଧୀ ହୀନ Not contradictorty.
  3. (ସଂ.ବି.) - (ନାମ) ବିଷ୍ଣୁପୁରାଣୋକ୍ତ ମଗଧର ରାଜାବିଶେଷ Name of an an ancient king of Magadha.
  • ଅପ୍ରତୀପା - (ସ୍ତ୍ରୀ)
4485 ଅପ୍ରତୁଳ
  1. Apratuḻa (ସଂ.ବିଣ.) -  ଅଭାବ, ଅପର୍ଯ୍ୟାପ୍ତ, କମ୍ ବା ଯେତିକି ଦରକାର ସେତିକି ନଥିବା Insufficient, Scarce, or Deficient.
  2. ଅପ୍ରଚୁର Insufficient.
  3. ଅନୁପମ Incomparable.
  4. ନଅଣ୍ଟ Inadequate.
  5. ଅପରିମିତ; ବେହଦ୍ଦ୍ Immeasurable.
  6. (ସଂ.ବି.) - ଅପ୍ରଚୁରତା Insufficiency.
  7. ଅଭାବ Want.
  8. ଅନାଟନ Inadequacy.
  9. ଅସଙ୍ଗତି Want of means.
  10. ଓଜନର ଅଭାବ  Want of weight.
  • ପ୍ରତୁଳ - (ବିପରୀତ)
Page 897 of 933



expoodisha.com

 

Other Dictionary