| 411 |
ଅକ୍ଳେଶ |
- Akḻeṡa (ସଂ.ବି) - କ୍ଳେଶାଭାବ; ଦୁଃଖର ଅଭାବ Absence of difficulty, hardship or pain.
- ଯତ୍ନର ଅଭାବ Want of care.
- ଅନାୟାସ State of being easy.
- ମିହନ୍ତ (ମେହନତ) କରିବାକୁ ନ ପଡ଼ିବା; ବିନା ପରିଶ୍ରମ Absence of exertion.
|
| 412 |
ଅକ୍ଷ |
- Aksha (root) (ସଂ.) - (ଧାତୁ) ବ୍ୟାପିବା To spread.
- ଗଦା ହେବା; ଜମାଟ ବାନ୍ଧିବା To be massed.
- ସଂଗ୍ରହ କରିବା To gather; to collect.
- ଅକ୍ଷ (ସଂ.ବି.) - (ଅକ୍ଷଧାତୁ=ବ୍ୟାପିବା+କର୍ତ୍ତୃ. ଅ)
- ପଶାକାଠି The dice.
- ପଶାଖେଳ The game of dice
- ଏକ କର୍ଷ (କରିଷି) ବା 16 ମସା ପରିମିତ ଓଜନ; ଏକ ତୋଳା ଓଜନ (ଔଷଧାଦି ଓଜନ କରିବାରେ ବ୍ୟବହୃତ)One tola; a standard for weighing medicine.
- (ଭୂଗୋଳ) ଭୂଗୋଲକର ପୃଷ୍ଠରେ ବିଷୁବରେଖାଠାରୁ କୌଣସି ସ୍ଥାନର ଉତ୍ତର ବା ଦକ୍ଷିଣ ଦିଗରେ ଦୂରତ୍ୱର ପରିମାଣ (Geography) Latitude of a place.
- (ଜ୍ୟୋତିଷ) ସୂର୍ଯ୍ୟଗତିମାର୍ଗସୂଚକ ପୃଥିବୀର କକ୍ଷଠାରୁ ଖ-ଗୋଳକ ପୃଷ୍ଠରେ କୌଣସି ଗ୍ରହ ବା ନକ୍ଷତ୍ରର ଅବସ୍ଥିତିର ଦୂରତ୍ୱର ପରିମାଣ (Astronomy Latitude of a planet from the ecliptic.
- ଗ୍ରହମାନଙ୍କ ଗତିପଥ। (Astronomy) Orbit of a planet.
- ବ୍ୟବହାର ଶାସ୍ତ୍ର; ଆଇନ; ବିବାଦବିଜ୍ଞାନ Law.
- ଆତ୍ମା Soul.
- ଶକଟ; ରଥ Cart; car.
- ଅଖ; ଶଗଡ଼ ବା ରଥର ଦୁଇ ଚକର ନାଭିରେ ଗଳିଥିବା ଦଣ୍ଡ Axle.
- (ଜ୍ୟୋତିଷ) ରାଶିଚକ୍ରର ଅବୟବ (Astronomy) The body of the zodiac Circle.
- ଚକ୍ର; ଚକ Wheel.
- ଚକ୍ରର ମଧ୍ୟମଣ୍ଡଳ ବା ନାଭି; ନାହିଆ Centre of a wheel; hub.
- ସର୍ପ; ସାପ Serpent; snake.
- ରାବଣ ପୁତ୍ର; ଅକ୍ଷୟ କୁମର Name of a son of Rābaṇa.
- ଗରୁଡ଼; ବିଷ୍ଣୁବାହନ The winged carrier of.
- ବିଭୀତକ ବା ବାହାଡ଼ା ଗଛ Bāhāṟḍ̠ā tree
- ରୁଦ୍ରାକ୍ଷ ବୃକ୍ଷ ଓ ଫଳ Rudrāksha tree and fruits
- ଜନ୍ମାନ୍ଧ ବ୍ୟକ୍ତି A person born blind.
- ସୌବର୍ଚ୍ଚ ଲବଣ A kind of salt.
- ଇନ୍ଦ୍ରିୟ Organ of sense or perception.
- ତୁତ୍ଥ; ତୁତିଆ Blue vitriol; copper-sulphate.
- ରସାଞ୍ଜନ Antimony.
- ଝୁଣା Resin.
- ଚକ୍ଷୁ; ଆଖି The eye.
- ଜ୍ଞାତାର୍ଥ; କୌଣସି ଶବ୍ଦର ଲୋକପ୍ରଚଳିତ ଅର୍ଥ Approved or popular meaning of a word.
- ଅସ୍ଥି; ହାଡ଼ Bone.
- ଯୁଦ୍ଧ; ଲଢ଼େଇ Battle.
- ପଦ୍ମବୀଜ The seed of lotus.
- (ନାମ) କାଶ୍ମୀରର ରାଜା ଦ୍ୱିତୀୟ ନରରାଜଙ୍କ ପୁତ୍ର ଓ ଗୋପାଦିତ୍ୟଙ୍କ ପିତା Name of a King of Kashmere.
- ପୃଥିବୀ ଓ ଗ୍ରହ ଆଦି ଯେଉଁ କେନ୍ଦ୍ରଭେଦୀ ରେଖାର ଚାରି ପାଖରେ ଘୂରନ୍ତି; ଆବର୍ତ୍ତନ-ରେଖା Axis.
- (ସଂ.ବିଣ) - ଆତ୍ମଜ୍ଞ Knowing one's self.
|
| 413 |
ଅକ୍ଷକୂଟ |
- Akshakūta (ସଂ.ବି.) - ଚକ୍ଷୁର ତାରା; ଆଖିର ପିତୁଳା The pupil of the eye
|
| 414 |
ଅକ୍ଷକ୍ରୀଡ଼ା |
- Akshakrīrdā (ସଂ.ବି.) - ପଶାଖେଳ The game of dice
|
| 415 |
ଅକ୍ଷକ୍ଷେତ୍ର |
- Akshakshetra (ସଂ.ବି.) - ପଶାପାଲୀ Dice board.
- ଜ୍ୟୋତିଷିକ ଗଣନାର୍ଥ ଜ୍ୟୋତିଷିମାନେ ଭୂମିରେ ଯେଉଁ ଛକ ବା ବୃତ୍ତାଦି ଅଙ୍କନ କରନ୍ତି The figure drawn on the ground by astronomers and astrologers.
|